ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରେ ବିଜେପି ର ବିପୁଳ ବିଜୟ ପରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ନଗର ବିଜେପି ପକ୍ଷରୁ ନଗର ମଣ୍ଡଳ ସଭାପତି ମନୋଜ କୁମାର ରଥ ଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି l ଏ ନେଇ ସୋମବାର ସନ୍ଧ୍ୟା ରେ ସ୍ଥାନୀୟ ପିଡବ୍ଲୁଡି ଛକ ନିକଟରେ ନଗର ବିଜେପି ପକ୍ଷରୁ ଆତାସବାଜି ଫୁଟାଇ ସ୍ୱାଗତ କରିବା ସହ ଅଞ୍ଚଳ ବାସୀଙ୍କୁ ଝାଲ ମୁଢି ଓ ମିଷ୍ଟାନ ବଣ୍ଟନ କରି ଖୁସି ମନାଇଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜେପି ର ରାଜ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ସାହୁ, ବରିଷ୍ଠ ସଦସ୍ୟ ପଦ୍ମ ଚରଣ ଦାସ, ବ୍ଲକ ସାଂସଦ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ ଏ ସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସ, ରଞ୍ଜିତ କୁମାର ଚୌଧୁରୀ, ମହିଳା ସଭାନେତ୍ରୀ ସୁଷମା ସାହୁ, ଶୁଭାଶିଷ ମିଶ୍ରପ୍ରମୁଖ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ l





