ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାୟିକା ମନୋରମା ମହାନ୍ତି ବିଜେଡି ରାଜ୍ୟ ସାଧାରଣ ସଂପାଦିକା ଭାବରେ ମନୋନୀତ ହୋଇଛନ୍ତି। ବିଜେଡି ସୁପ୍ରିମୋ ତଥା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ଧିବଦ୍ଧ ଭାବରେ ତାଙ୍କ ନାମ ଘୋଷଣା କରିବା ପରେ ନର୍ଲାରେ ଖୁସିର ମାହୋଲ ଦେଖା ଦେଉଛି। ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଦଳୀୟ ସାଂଗଠନିକ ପ୍ରକ୍ରିୟାରେ କୋର କମିଟିରେ ଆଲୋଚନା ପରେ ସଙ୍ଗଠନ ଅଭିବୃଦ୍ଧି ରେ ସର୍ବଦା ଚେଷ୍ଟିତ ରହିଥିବା ନର୍ଲା ବିଧାୟୀକାଙ୍କୁ ସାଧାରଣ ସମ୍ପାଦିକା ଦାୟୀତ୍ୱ ପ୍ରଦାନ କଲେ ଦଳର ସ୍ଥିତି ଆହୁରି ମଜବୁତ ହେବ ବୋଲି କମିଟି ସଦସ୍ୟଙ୍କ ମତାମତକୁ ଭିତ୍ତି କରି ନର୍ଲା ବିଧାୟିକାଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଥିବା ଜଣାପଡିଛି। ଆଗରୁ କଂଗ୍ରେସର ଗଡ ରହି ଆସିଥିବା ଏଵଂ ବିଜେପିର ଘମାସାନ ଲହର ମଧ୍ୟରେ ପିସିସି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗତ ସାଧାରଣ ନିର୍ବାଚନରେ ନର୍ଲା ବିଧାନ ସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ରହିଥିବା ଭକ୍ତ ଦାସଙ୍କୁ ମାତ ଦେଇ ନର୍ଲା ଆସନକୁ ଆକ୍ତିଆର କରି ନବୀନ ପଟ୍ଟନାୟକଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି ମନୋରମା ମହାନ୍ତି। ବିଜେଡି ସଙ୍ଗଠନ ସୁଦୃଢ ପାଇଁ ବ୍ରତୀ ରହି ଆସିଥିବା ନର୍ଲା ବିଧାୟିକା ଶ୍ରୀମତୀ ମହାନ୍ତି ତାଙ୍କୁ ଏହି ଦାଇତ୍ୱ ଦେଇଥିବାର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ଼ କରିବା ଦିଗରେ ଆପ୍ରାଣ ଉଦ୍ୟମ ଜାରି ରଖିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





