ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନକୁ ନେଇ ନାନୋବାସ୍ତୁବିଦ୍ ଇଂ. ପ୍ରଦୀପ ପଟ୍ଟନାୟକଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ମାର୍ଚ୍ଚ ୩ ତାରିଖରେ ସଂଘଟିତ ଚନ୍ଦ୍ରଗ୍ରହଣର ପ୍ରଭାବକୁ ନେଇ ନନ୍ଦିଘୋଷ ଟିଭିରେ ଆୟୋଜିତ ଏକ ଲାଇଭ୍ ଆଲୋଚନା ଚକ୍ରରେ ବିଶିଷ୍ଟ ଜ୍ୟୋତିର୍ବିଦ୍, ମହାକାଶ ବିଜ୍ଞାନୀ ଓ ଗବେଷକମାନେ ଯୋଗ ଦେଇଥିଲେ। ଏହି ଆଲୋଚନାରେ ବାଲେଶ୍ୱରସ୍ଥିତ ଇନ୍ଫ୍ରା ବାସ୍ତୁ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠାତା, ସଂସ୍କୃତି ଗବେଷକ ଏବଂ ନାନୋବାସ୍ତୁବିଦ୍ ଇଞ୍ଜିନିୟର ପ୍ରଦୀପ ପଟ୍ଟନାୟକ ମଧ୍ୟ ଅଂଶଗ୍ରହଣ କରିଥିଲେ।ଚନ୍ଦ୍ରଗ୍ରହଣର ପ୍ରଭାବ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଇଂ. ପଟ୍ଟନାୟକ ଗୌତମ ମୁନିଙ୍କ ‘ସଂହିତା ବିଚାର’ରୁ ଏକ ସଂସ୍କୃତ ଶ୍ଲୋକ ଉଦ୍ଧୃତ କରି ପଶ୍ଚିମବଙ୍ଗରେ ସରକାରୀ ପରିବର୍ତ୍ତନ ହେବାର ସମ୍ଭାବନା ବ୍ୟକ୍ତ କରିଥିଲେ। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ତାଙ୍କର ଏହି ଭବିଷ୍ୟବାଣୀ ଏବେ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ପୂର୍ବରୁ ମଧ୍ୟ ୨୦୨୨ ମସିହା ନଭେମ୍ବର ୮ ତାରିଖରେ ଚନ୍ଦ୍ରଗ୍ରହଣକୁ ନେଇ ନନ୍ଦିଘୋଷ ଟିଭିରେ ପ୍ରସାରିତ ଅନ୍ୟ ଏକ ଲାଇଭ୍ କାର୍ଯ୍ୟକ୍ରମରେ ସେ ଦକ୍ଷିଣ ଭାରତ, ବିଶେଷକରି କର୍ଣ୍ଣାଟକରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା ନେଇ ମତ ପ୍ରକାଶ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ସତ୍ୟ ପ୍ରମାଣିତ ହୋଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଇଂ. ପଟ୍ଟନାୟକ ବାଲେଶ୍ୱରର ନୂଆସାହିସ୍ଥିତ ଓଲା ଶୋ’ରୁମର ଉପର ମହଲାରେ ଏକ ନାନୋବାସ୍ତୁ ପାଠଶାଳା ସ୍ଥାପନ କରିଛନ୍ତି। ଏଠାରେ ସେ ନାନୋବାସ୍ତୁ ଓ ଆଧୁନିକ ବାସ୍ତୁ ବିଷୟରେ ଶିକ୍ଷା ପ୍ରଦାନ କରିବା ସହ ସାଧାରଣ ଲୋକଙ୍କୁ ଜାତକ ପରାମର୍ଶ ଓ ପ୍ରତିକାର ସେବା ଯୋଗାଇ ଆସୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.