ଭାନପୁରର ପଦ୍ମିନୀ ନିଖୋଜ: ନର୍ଲା ଥାନାରେ ଏତଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ଭାନପୁର ଗ୍ରାମର ପଦ୍ମିନୀ ପରାଭୋଇ(୩୦) ଗତ ୮ ତାରିଖ ଦିନ ସ୍ୱାମୀ ହେମସାଗର ଓ ତିନି ଛୁଆକୁ ଛାଡ଼ି କୁଆଡେ ନିଖୋଜ ହୋଇଥିବା ନେଇ ନର୍ଲା ଥାନାରେ ଏତେଲା ଦାଏର ହୋଇଥିବା ଜଣାପଡିଛି। ଖବରରୁ ଜଣାପଡିଛି ଯେ ଉକ୍ତଦିନ ସକାଳ ୫ ଟା ବେଳେ ହାତରେ ବାଲଟି ଓ ଢାଳ ଧରି ଶୌଚ ପାଇଁ ବାହାରକୁ ଗଲେ। ଇତି ମଧ୍ୟରେ ୨/୩ ଘଣ୍ଟା ବିତିଯାଇଥିଲେ ମଧ୍ୟ ପଦ୍ମିନୀ ଘରକୁ ନଫେରିବାରୁ ସ୍ୱାମୀ ବହୁତ ଖୋଜିଲେ। ସେ ନେଇଥିବା ଢାଳ ଓ ବାଲଟି ନଳକୂଅ ନିକଟରେ ରହିଥିଲା। ହେଲେ ପଦ୍ମିନୀ ନଥିଲେ। ହେମସାଗର ନିଜ ବନ୍ଧୁ ସମ୍ପର୍କୀୟ ମାନଙ୍କୁ ତାଙ୍କ ସ୍ତ୍ରୀ ସେମାନଙ୍କ ଘରକୁ ଯାଇଛି କି ବୋଲି ଫୋନ ମାଧ୍ୟମରେ ଜିଜ୍ଞାସା କରିଥିଲେ। ହେଲେ ଅପରାହ୍ନ ହୋଇଗଲା ହେଲେ ପଦ୍ମିନୀ ଆଉ ଘରକୁ ନଫେରିବାରୁ ହେମସାଗର ଶ୍ୱଶୁର (ପଦ୍ମିନୀର ବାପା)ଙ୍କ ସହ ନର୍ଲା ଥାନାକୁ ଆସି ସ୍ତ୍ରୀ ପଦ୍ମନୀ ନିଖୋଜ ନେଇ ଏକ ଏତେଲା ଦାଏର କରିଥିଲେ। ନର୍ଲା ପୋଲିସ ମିସିଂ ପଞ୍ଜିକରଣ ସଂଖ୍ୟା ୩୦/୨୦୨୬ ଯୋଗେ ଏହାର ତଦନ୍ତ ଜାରି ରଖିଥିବା ବେଳେ ଆଜକୁ ୮ ଦିନ ବିତିଯାଇଥିଲେ ମଧ୍ୟ ନିଖୋଜ ପଦ୍ମିନୀର କୌଣସୀ ପତ୍ତା ପାଇ ପାରିନି ନର୍ଲା ପୋଲିସ। ଏବିଷୟରେ ନିଖୋଜ ମହିଳା ପଦ୍ମିନୀଙ୍କ ସ୍ୱାମୀ ହେମସାଗରଙ୍କ ମତାମତ ନେବାରୁ ସେ କହିଛନ୍ତି। ଆଜିକାଲି ମୋବାଇଲ ଯୁଗ। ନିକଟସ୍ଥ କୁସୁମପଡାର ଜନୈକ ଯୁବକଙ୍କ ସହିତ ମୋ ସ୍ତ୍ରୀ ଫୋନ ଯୋଗେ ବହୁ ସମୟ ଧରି ଅନେକ ସମୟରେ କଥାବାର୍ତ୍ତା ହେଉଥିଲା। ହୁଏତ ସେ ଯୁବକ ମଧ୍ୟ ମୋ ପରିବାର ଉଜୁଡାର ଖଳ ନାୟକ ହୋଇ ଥାଇପାରେ। ମୁଁ ଦିନ ମଜୁରିଆ। ପର ଘରେ ମୂଲ ଲାଗିଲେ ଚୂଲି ଜଳେ। ମୁଣ୍ଡଝାଳ ତୁଣ୍ଡରେ ମାରି କୁଟୁମ୍ବ ପ୍ରତି ପୋଷଣ କରି ଆସୁଛି। ମୋର ତିନି ଛୁଆ। ଗୋଟିଏ ଝିଅ ଏବଂ ଦୁଇଟି ପୁଅ। ଝିଅକୁ ୧୪ ବର୍ଷ ଆଉ କେଇ ବର୍ଷ ପରେ ଝିଅ ବାହା ଦେବି। ଏଭଳି ସମୟରେ ପୁଅ ଝିଅର ମୁହଁକୁ ବି ଚାହିଁଲାନି ପଦ୍ମିନୀ। ସେଭଳି ପଦ୍ମିନୀଙ୍କ ବାପା ଶୋଭାବନ ପରାଭୋଇ କୋହଭରା କଣ୍ଠରେ କୁହନ୍ତି ମୁଁ ଭାବି ନଥିଲି ମୋ ଝିଅ ପଦ୍ମିନୀ ଏଭଳି କାମ କରିବ ବୋଲି। ତାର ସୁନାର ସଂସାରକୁ ନିଜ ହାତରେ ଛାରଖାର କରିଦେଲା। ମୋ ଯୋଇଁ ହେମସାଗର ଏବଂ ନାତି ନାତୁଣୀ ସମସ୍ତେ ଖୁବ ଭଲ। ପଦ୍ମିନୀ କାହିଁକି ଏଭଳି ଅମାନବିକତା କାମ କଲା ତାହା ମୁଁ ମଧ୍ୟ ବୁଝି ପାରୁନି ବୋଲି କହିଛନ୍ତି। ପଦ୍ମିନୀ ଜଣେ ସୁସ୍ଥ ସବଳ ମହିଳା ଅଟନ୍ତି। ତାଙ୍କର କୌଣସି ପ୍ରକାରର ମାନସିକ ବିକାର ମଧ୍ୟ ନାହିଁ। ଏଣୁ ପ୍ରଶ୍ନ ଉଠୁଛି ପଦ୍ମିନୀକୁ କିଏ ଅପହରଣ କରିଛନ୍ତି ନା ପଦ୍ମନୀ ସ୍ୱଇଚ୍ଛାରେ ପ୍ରେମିକ ସହ ଫେରାର ମାରିଛନ୍ତ ତାହା ସଠିକ ଭାବରେ ଜଣାପଡୁନି। ହେଲେ ସମସ୍ତ ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ସ୍ୱାମୀ ହେମସାଗର ଓ ପଦ୍ମନୀର ବାପା ଶୋଭାବନ ପରାଭୋଇ କିନ୍ତୁ ପଦ୍ମିନୀ ପ୍ରେମୀକ ସହ ଫେରାର ମାରିଥିବା କଥା ଯୋର ଦେଇ କହୁଛନ୍ତି। ହେଲେ ଦେଖାଯାଉ ପୋଲିସ କେବେ ଓ କେଉଁ ସ୍ଥିତିରେ ଉଦ୍ଧାର କରୁଛି ନିଖୋଜ ପଦ୍ମିନୀକୁ?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.