ବାଦିପଡାରେ ହାତୀ ଉପଦ୍ରବ

ବାଦିପଡା ବାଗଗିଲୁ ପଡାରେ ଫସି ରହିଛନ୍ତି ହାତୀ ପଳ : ଅଞ୍ଚଳରେ ଭୟର ବାତାବରଣ

କର୍ଲାମୁଣ୍ଡା,୮/୧୨:(ନବୀନ କିଶୋର ସାହୁ)

Omkar Vasthu
Omkar Vasthu

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସିର୍ଜାପାଲି ବାଦିପଡାର ବାଗଗିଲୁ ପଡାରେ ହାତୀ ପସିଆସି  ଧାନ,ହରଡ ,କୋଲଥ,କପା ଭଳି ବିଭିନ୍ନ ଫସଳ ନଷ୍ଟ କରିଦେଇଛି ।ଆଜି ସକାଳୁ ହାତିକୁ ଦେଖିଲାପରେ ବାଦିପଡା ଗ୍ରାମବାସୀ ହୋହାଲ୍ଲା କରିବାରୁ ୪ଟି ହାତୀ ଶ୍ରୀପାଲସାହୁ, ଦାଶରଥି ସାହୁ ଓ ସୁବାସସାହୁଙ୍କ କାନ୍ଦୁଲ ବୋରେଇ (ହରଡ ଚାଷ ହୋଇଥିବା ଜମି)ରେ ପଶି ନଷ୍ଟ କରିବାରେ ଲାଗିପଡିଥିଲେ । ଖବର ପାଇ ବନ ବିଭାଗ  ଡିଏଫଓ ନିତିଶ ବଲିଆନଙ୍କ ନେତୃତ୍ବରେ ଚାଷ ଭିତରେ ଥିବା ହାତୀକୁ ଘଉଡିବା ପାଇଁ ଚେଷ୍ଟା ଆରମ୍ଭ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

ଏହି ହାତିପଲରେ ଚାରିଟି ହାତୀ ଅଛନ୍ତି । ହାତୀ ପଳର ଗତିବିଧିକୁ ଡ୍ରୋନ କେମେରା ମାଧ୍ୟମରେ ଅନୁଧ୍ୟାନ କରାଯାଉଥିବା ଜଣାପଡିଛି । ହାତୀ ପଳ ମଦନପୁର ଦେଇ ଜମୁନାପୁର ରାସ୍ତା – ଯୋରାଡବ୍ରା ସନ୍ଧିରୁ ଦାଣ୍ଡିଭଜା ଦେଇ ସିଙ୍ଗାରିବାହାଲ ଅତିକ୍ରମ କରି ସିର୍ଜାପାଲି ବାଦିପଡା ବାଗଗିଲୁ ପଡାରେ ଫଶି ରହିଥିବା ବନବିଭାଗ ସୂତ୍ରରୁ ପ୍ରକାଶ । ଏହି ଅଞ୍ଚଳକୁ ପ୍ରଥମ ଥର ପାଇଁ ହାତି ଆସିଥିବା ବେଳେ ସ୍ଥାନୀୟ ଅଞ୍ଚଲରେ ଭୟର ବାତା ବରଣ ଦେଖା ଦେଇଛି। ଖବର ଲେଖା ହେବା ଯାଏଁ ବନବିଭାଗର ପ୍ରୟାସ ଜାରିରହିଛି ଓ ହାତୀପଳ କାନ୍ଦୁଲ୍ ବୋରେଇରୁ ବାହାରି ନାହାନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.