ରାତି ୯.୩୦ ପରେ ଆସିଥିବା ଅନେକ ଟ୍ରାକ୍ଟର, ବୁଲେରୋ ଠାରୁ ଆରମ୍ଭ କରି ଏମିତିକି ବଡ଼ ବଡ଼ ଭ୍ୟାନ ଉପରେ ଲଦା ହୋଇ ଆସିଥିବା ଡ୍ରମ ଗୁଡ଼ିକରେ ମଧ୍ୟ ଶହ ଶହ ଲିଟର ଡିଜେଲ ଭରା ଯାଉଥିବା ଦେଖିବାକୁ ମିଳିଛି…….
ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଇଣ୍ଡିଆନ ଅଏଲ କମ୍ପାନୀ ସ୍ଥିରୀକୃତ ଉମା ଶଙ୍କର ଫିଲିଙ୍ଗ ଷ୍ଟେସନ ଠାରେ ରାତି ୯.୩୦ପରେ ଅବ୍ୟବସ୍ଥା ଭାବେ ଡିଜେଲ ବିକ୍ରି ଚାଲିଥିବା ଦେଖିବାକୁ ମିଳିଛି। ଅନେକ ଟ୍ରାକ୍ଟର, ବୁଲେରୋ, ଠାରୁ ଆରମ୍ଭ କରି ଏମିତିକି ବଡ଼ ବଡ଼ ଭ୍ୟାନ ଉପରେ ଲଦା ହୋଇ ଆସିଥିବା ଡ୍ରମ ଗୁଡ଼ିକରେ ମଧ୍ୟ ଶହ ଶହ ଲିଟର ଡିଜେଲ ଭରା ଯାଉଥିବା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଏହି ପେଟ୍ରୋଲ ପ୍ରତ୍ୟେକ ଦିନ ରାତି ୯ଘଣ୍ଟା ପରେ ବନ୍ଦ ହୋଇଯାଇଥାଏ। କିନ୍ତୁ ମଙ୍ଗଳବାର ରାତି ୯.୩୦ଟା ପରେ ଏହି ଫିଲିଙ୍ଗ ଷ୍ଟେସନ କିପରି ଖୋଲାରହି ଡ୍ରମ ମାନଙ୍କରେ ଶହ ଶହ ଲିଟର ଡିଜେଲ ଦେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଦ୍ବାରା ଆଗକୁ ଜନସାଧାରଣ ବିଶେଷ କରି ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅନ୍ୟପକ୍ଷରେ ଏହି ଫିଲିଙ୍ଗ ଷ୍ଟେସନ ମାଲିକ କାହା ବଳରେ ଏପରି କାମ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।





