ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ବିଧାୟକଙ୍କ ଉଦଘାଟନ ପୂର୍ବରୁ ଫଳକ ଭଙ୍ଗା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁରୁଷୋତ୍ତମପୁର ଥାନାରେ ଏତଲା ଦେଲେ ଭୁତ ସରସିଙ୍ଗି ସରପଞ୍ଚ ମନୋଜ ଦାଶ। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଂ ଗ୍ରାମ ଛକଠାରୁ ବୁଢ଼ା ଆମ୍ଭ ରାସ୍ତାର ଉର୍ନ୍ନତି କରଣ ପାଇଁ ୧୭ କୋଟି ଟଙ୍କା ବ୍ୟୟରେ ୧୦ କିମି ରାସ୍ତାର ଶିଳାନ୍ୟାସ କାମ ହୋଉଥାନ୍ତା। କିନ୍ତୁ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଆସିବା ଆଗରୁ କିଛି ଅସମାଜିକ ବ୍ୟକ୍ତି ମାନେ ଆସି ସେହି ଫଳକକୁ ଭାଙ୍ଗି ଦେଈ ଚାଲି ଯାଇଥିଲେ। ଏବଂ ସେହି ସ୍ଥାନରେ ଫ୍ଲେକ୍ସ ପ୍ରିଣ୍ଟ ପେପର ଲଗାଇ ରାସ୍ତାର ଶିଳାନ୍ୟାସ କାର୍ଯ୍ୟ କରାଯାଇଥିଲା। ବିଧାୟକ ପ୍ରତାପ ନାୟକ, ସରପଞ୍ଚ ମନୋଜ ଦାଶ ଓ ଦଳୀୟ ବିଜେପି କର୍ମୀ ନେତା ମହିଳାଙ୍କ ଉପସ୍ଥିତିରେ ସେହି ଶିଳାନ୍ୟାସ କାମ ମାତ୍ର କିଛି ସମୟ ବିଳମ୍ବରେ କରା ଯାଇଥିଲା। ପରେ ସ୍ଥାନୀୟ ସରପଞ୍ଚଙ୍କ ଏତଲା କ୍ରମେ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ତତ୍ପରତା ପ୍ରକାଶ କରି ଘଟଣା ସମୟର ସିସିଟିଭି ଫୁଟେଜ ଯାଞ୍ଚ ସହ ଏହାର ରେକର୍ଡିଂ ସଂଗ୍ରହ କରି ତଦନ୍ତ ଜାରି ରଖିଛି।





