ଦୂର ହେଲା ତୁନଗାଁ ପାନୀୟ ଜଳ କଷ୍ଟ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ, ମରାମତି ହେଲା ସୌରଚାଳିତ ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନ୍ଦାବୁଟୁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁନଗାଁ ଗ୍ରାମରେ ପାନୀୟ ଜଳଅଭାବ ନେଇ ତୀବ୍ର ଅସନ୍ତୋଷ ସହ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରାମରେ ଦେଖାଦେଇଥିବା ଘୋର ଜଳାଭାବ ନେଇ ‘ଓଡ଼ିଆ ବାର୍ତ୍ତା’ରେ ଖବର ଶୀର୍ଷକ “ତୁନ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା “ପ୍ରକାଶିତ ହୋଇଥିଲା। ଖବର ପ୍ରସାରଣ ହେବା ପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଦୀର୍ଘ ୩ ମାସ ଧରି ଅଚଳ ହୋଇ ପଡ଼ିରହିଥିବା ସୌର ଚାଳିତ ଜଳ ପ୍ରକଳ୍ପଟିକୁ ମରାମତି କରାଯାଇଛି। ଏହି ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ତୁରନ୍ତ ଅଚଳ ସୌର ଚାଳିତ ପ୍ରକଳ୍ପକୁ ମରାମତି କରିବା ପରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯଶୋବନ୍ତୀ ଭୋଇଙ୍କୁ ଗ୍ରାମର ମୀନାକ୍ଷୀ ଠାକୁର, ଝରଣା ଶବର, ସୋନାଲୀ ଶବର, ସରୀତା ଶବର, ଜେମା ପାଣିଗ୍ରାହୀ, ମାଧୁରୀ କର, ମାଧୁରୀ ପାଣିଗ୍ରାହୀ ପ୍ରମୁଖ ସମେତ ଗ୍ରାମବାସୀ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.