ଯନ୍ତ୍ରୀଙ୍କ ଜରିଆରେ ଟାଟା ପାୱାର ଏସଡିଓଙ୍କୁ ଦାବିପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଅଞ୍ଚଳବାସୀ ଲାଞ୍ଜିଗଡ଼ ଟାଟା ପାୱାର ବିଦ୍ୟୁତ ଗ୍ରୀଡ଼ରେ ଶୁକ୍ରବାର ତାଲା ପକାଇ ଧାରଣା ଦେବାସହ ଯନ୍ତ୍ରୀଙ୍କ ଜରିଆରେ ଟାଟା ପାୱାର ନର୍ଲା ଉପ ବିଭାଗୀୟ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନାନୁସାରେ ଲାଞ୍ଜିଗଡରେ ଗ୍ରୀଷ୍ମ ପ୍ରବାହ ୪୫ ଡିଗ୍ରୀ ଉପରେ ରହୁଥିବା ଗରମ ଓ ଗୁଳୁଗୁଳି ପ୍ରବଳ ହେଉଥିବା ଓ ଲୋ ଭୋଲ୍ଟେଜ ରହୁଥିବା ସହିତ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ନେଇ ଉତ୍ୟକ୍ତ ହୋଇ ଲାଞ୍ଜିଗଡ଼ ଅଞ୍ଚଳବାସୀ ଶୁକ୍ରବାର ସକାଳ ୭ ଘଣ୍ଟା ସମୟରେ ଲାଞ୍ଜିଗଡ଼ ଗ୍ରୀଡ଼ରେ ବିଦ୍ୟୁତ ବିଛିନ୍ନ ସଂଯୋଗ ବିଛିନ୍ନ କରିବା ସହିତ ତାଲା ପକାଇ ଧାରଣା ଦେଇଥିଲେ ।
ଖବର ପାଇ ଟାଟା ପାୱାର ଯନ୍ତ୍ରୀ ଛବିଲାଲ ସାହୁ ଓ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ଅଞ୍ଚଳ ବାସୀଙ୍କ ସହିତ ଆଲୋଚନା କରିଥିଲେ I ଅଞ୍ଚଳବାସୀ ଯନ୍ତ୍ରୀ ଛବିଲାଲ ସାହୁଙ୍କ ଜରିଆରେ ଟାଟା ପାୱାର ଏସଡିଓ ନର୍ଲାଙ୍କୁ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ। ଯନ୍ତ୍ରୀଙ୍କୁ ଫୋନ କଲେ ୩୩ କେଭି ଲାଇନରେ ଭୁଲ ଥିବା ଦର୍ଶାଯାଉଥିବା ବେଳେ ୩୩ ଫିଡ଼ର ମରାମତି କରୁଥିବା ବିଦ୍ୟୁତ ବିଶେଷଜ୍ଞ ନର୍ଲାରେ ରହୁଥିବା ଯୋଗୁ ତୁରନ୍ତ ବିଦ୍ୟୁତ ସେବା ବ୍ୟାହତ ହେଉଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ ବାରମ୍ବାର ଅଭିଯୋଗ ସତ୍ୱେ ବିଜୁଳି କାଟ ବନ୍ଦ ହେଉ ଏବଂ ଏହାର ସମାଧାନ ପାଇଁ ରାୟଗଡା ଜିଲ୍ଲା ମୁନିଗୁଡାରୁ ଲାଞ୍ଜିଗଡ଼କୁ ୩୩ କେଭି ଲାଇନ ସଂଯୋଗ କରାଯାଉ। ୩୩ କେଭି ଗ୍ରୀଡ଼ ମରାମତି ଓ ରକ୍ଷଣା ବେକ୍ଷଣ ପାଇଁ ଲାଞ୍ଜିଗଡ଼ ଠାରେ ସ୍ୱତନ୍ତ୍ର କର୍ମଚାରୀ ଦଳ ସ୍ଥାୟୀ ଭାବେ ନିଯୁକ୍ତି କରାଯାଉ ଏବଂ ସ୍ଥାୟୀ ଲାଇନମେନ ନିଯୁକ୍ତି କରାଯାଉ I ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରାଯିବା ସହିତ ଲାଞ୍ଜିଗଡ଼ ଉପଭୋକ୍ତା ମାନଙ୍କ ବିଲ ସଂଶୋଧନ, ଅଧିକ ଆସୁଥିବା ସ୍ମାର୍ଟ ମିଟର ପରିବର୍ତନ କରିବା ,ଯେଉଁ ଉପଭୋକ୍ତାଙ୍କ ଭୁଲବସତ ଆସୁଥିବା ବିଲ୍ଲ ଗୁଡିକୁ ସଂଶୋଧନ କରାଯାଉ ଏବଂ ଲାଞ୍ଜିଗଡ଼ ସହରପାଇଁ ସ୍ୱତନ୍ତ୍ର ଫିଡ଼ର ବ୍ୟବସ୍ଥା କରାଯିବ। ନେଇ ଦାବିପତ୍ର ଦେଇଥିଲେ। ଯନ୍ତ୍ରୀ ଶ୍ରୀ ସାହୁ ଦାବିପତ୍ର ଟାଟା ପାୱାର ଏସଡିଓ ନର୍ଲାଙ୍କୁ ପଠାଇବା ପରେ ଏସଡିଓ ଲାଞ୍ଜିଗଡ଼ ସରପଞ୍ଚଙ୍କ ଇମେଲ ଜରିଆରେ ଆସନ୍ତା ସପ୍ତାହରେ ୩୩ କେଭି ଲାଇନ କର୍ମଚାରୀ ଯୋଗାଇଦେବା ସହିତ ଲାଞ୍ଜିଗଡ଼ ଠାରେ କର୍ମଚାରୀ ଯୋଗାଇ ଦେବେ ଏବଂ ମୁନିଗୁଡାରୁ ଲାଞ୍ଜିଗଡକୁ ୩୩ କେଭି ଲାଇନ ସଂଯୋଗ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ପାଇଁ ପ୍ରତିଶୃତି ପରେ ଦୀର୍ଘ ୬ ଘଣ୍ଟା ପରେ ଅଞ୍ଚଳବାସୀ ଧାରଣାରୁ ଉଠିଥିଲେ।

ଏହି ଧାରଣାରେ ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ଵଜ ପେଶନିଆ, ରାଜେନ୍ଦ୍ର ସିଂଦେଓ, ରାଜେନ୍ଦ୍ର ମାଳି, ଏମ ଚନ୍ଦ୍ର ଶେଖର, ପ୍ରୋଦୋଷ ପୁଷ୍ଟି, ସୁମନ୍ତ ଦଳବେହେରା, କିଶୋର ପେଶନିଆ, ବିନୋଦ ଗୌଡ଼, ଶ୍ରୀମୁଖ ଅଗସ୍ତି, ପରମାନନ୍ଦ ନାଏକ, କୁମର ଗୌଡ଼,ସମେତ ଲାଞ୍ଜିଗଡ, ବସନ୍ତପଡା, ଜଗନ୍ନାଥପୁର, ତ୍ରିଲୋଚନପୁର ଗ୍ରାମର ଗ୍ରାମବାସୀ ସମେତ ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲାଞ୍ଜିଗଡ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ଏ ଏସ ଆଇ ମୋହନ ପରଜା ପୋଲିସ ବଳ ସହିତ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ।





