ଭଟାଙ୍ଗପଦରରେ କଂଗ୍ରେସର କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର ପଞ୍ଚାୟତ ଖେଳ ପଡ଼ିଆରେ କଂଗ୍ରେସ ପଞ୍ଚାୟତ ସଭାପତି ଦୁଲ ମାଝୀଙ୍କ ସଭାପତିତ୍ବରେ ପଞ୍ଚାୟତ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ ବଳଭଦ୍ର ମାଝୀ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ବହୁମାତ୍ରାରେ ଭୋଟ ଦେଇ ଜିତେଇବାକୁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇ ବିଜେପି ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ କଂଗ୍ରେସ କମିଟି ମହିଳା ସାଧାରଣ ସମ୍ପାଦିକା ଦ୍ରୋପଦି ମାଝୀ, କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ମନୋଜ କୁମାର ରାଉତ, ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, ସକ୍ରିୟ ସଦସ୍ୟ ଟି ପ୍ରଭାକର ରାଓ, ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ସଭାପତି ଗୋବିନ୍ଦ ପ୍ରଧାନୀ, ସାଧାରଣ ସମ୍ପାଦକ ଗଣେଶ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଟଙ୍କଧର ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦିପ ମାଝୀ, ଲାଞ୍ଜିଗଡ଼ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଲାଞ୍ଜିଗଡ଼ ରାଜିବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନର ଆବାହକ ମୁଲୁ ମାଝୀ, ରବି ମାଝୀ ପ୍ରମୁଖ ମଞ୍ଚାସିନ ରହି ଆଗାମୀ ପଞ୍ଚାୟତ ନିର୍ବାଚନରେ କିଭଳି ଜିଲ୍ଲା ପରିଷଦ ଓ ନିଜ ଦଳ ସମର୍ଥିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ହାତେଇବେ ସେନେଇ ଉପସ୍ଥିତ ମହିଳା ଓ ପୁରୁଷ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଭଟାଙ୍ଗପଦର ପଞ୍ଚାୟତର ଶହଶହ କର୍ମୀଙ୍କ ସମାଗମ ହୋଇଥିଲା। କଂଗ୍ରେସ ଯୁବ ନେତା ଗୋପାଳ ଦାସ ମହାନନ୍ଦ ସଭା ପରିଚାଳନା କରିଥିବା ବେଳେ ନିର୍ମଳ ବାଗ ସ୍ବାଗତ ଅଭିଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କଂଗ୍ରେସ ନେତା ଭାସ୍କର ଚନ୍ଦନ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.