ଓଡ଼ିଆ ବାର୍ତ୍ତା/ ମୁ୍ରିବାହାଲ:(ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହା ବୁଲ ବ୍ଳକ ସିରୋଲ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅସ୍ଥାୟୀ ରବି ଧାନ ମଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା। ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ହଂସରାଜ ଜୈନ, ସମ୍ମାନୀତ ଅତିଥି ସିରୋଲ ସରପଞ୍ଚ ଶ୍ରୀମତୀ ଲୋଚନା ବଗର୍ତ୍ତୀ, ପେକ୍ସ୍ ସଭାପତି ଶ୍ରୀଯୁକ୍ତ ଧନଞ୍ଜୟ ମହାନନ୍ଦ, ARCS, SESO, ପେକ୍ସ DEO ଆଲୋକ ବେହେରା, ପେକ୍ସ ସଭ୍ୟ ଶ୍ରୀପତି ବଗର୍ତ୍ତୀ, ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ଜହର ପ୍ରଧାନୀ, ତପି ସିଂ ପ୍ରଧାନୀ,ପେକ୍ସ ସମ୍ପାଦକ ଶ୍ରୀଯୁକ୍ତ ସତ୍ୟନାରାୟଣ ନାଗ, ପିଅନ ରୀନା ସାହୁ, ନବୀନ ହାତୀ ସହିତ ଶତାଧିକ ଚାଷୀ ଉପସ୍ଥିତ ହୋଇ ସମସ୍ତ ଉଦଘାଟନୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଚଳିତ ରବି ଋତୁ ପାଇଁ ସିରୋଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅସ୍ଥାୟୀ ଧାନ ମଣ୍ଡି ହୋଇଥିବା ହେତୁ ସ୍ଥାନୀୟ ଚାଷୀ ଙ୍କ ମନରେ ଖୁସି ର ଲହରୀ ଖେଲି ଉଠିଛି।





