ଶିଶୁରୋଗ ବିଶେଷଜ୍ଞ ଡ. ପଲଉ ପଧାନଙ୍କ ଦେହାନ୍ତ: ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର/ ସ୍ବାସ୍ଥିଦୀପ ଆଦିତ୍ୟ): କଳାହାଣ୍ଡିର ବହୁ ପ୍ରସିଦ୍ଧ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲଉ ପଧାନଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି। ସେ ତାଙ୍କ ଝିଅ ଘର କୋଏମ୍ବାଟୁର ଯାଇଥିଲେ। ପ୍ରତିଦିନ ଭଳି ଆଜି ସକାଳୁ ଗାଧୁଆ ସାରି ଚା ପିଇ ମର୍ନିଙ୍ଗ ୱାକ ପାଇଁ ବାହାରିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ଖଟରେ ଶୋଇପଡ଼ି ବିଶ୍ରାମ ନେଇଥିଲେ। ହେଲେ ସେଇଟା ତାଙ୍କ ପାଇଁ ଶେଷ ଵିଶ୍ରାମ ହୋଇଥିଲା। ଏହି ଖବର ପ୍ରଚାରିତ ହେବାପରେ କେବଳ ଭବାନୀପାଟଣା ନୁହଁ ସାର କଳାହାଣ୍ଡିରେ ଶୋକର ଛାୟା ଖେଳି ଯାଇଛି। ଡ. ପଧାନଙ୍କ ମୃତ୍ୟୁ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ବ୍ୟକ୍ତ କରିଛନ୍ତି। ସେ କେବଳ ଜଣେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନଥିଲେ, ଗରୀବ ମାନଙ୍କ ପାଇଁ ମସିହା ସାଜିଥିଲେ। ତାଙ୍କ ବିୟୋଗରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ବିପିନ ବିହାରୀ ଦୀପ, ଭବାନୀପାଟଣା ପ୍ରଗତି କଲେଜ ଚେୟାରମେନ ଅଜୟ କୁମାର ପଣ୍ତା, ନର୍ଲା ସାମ୍ବାଦିକ ୟୁନିଅନର ସଦସ୍ୟ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ ଧଙ୍ଗଡା ମାଝୀ,  ଅନୀଲ ଅଗ୍ରୱାଲା, ଦୀପକ ମହାନ୍ତି, ସୁମିତ ଶର୍ମା, ରଞ୍ଜନ କୁମାର ମହାନ୍ତି,  ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନର୍ଲାରୋଡ ଜୟଦୁର୍ଗା ହାଇସୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର, ନର୍ଲା ମେଡିକାଲ ଅଫିସର ଆଶୁତୋଷ ପ୍ରଧାନ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମରତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.