ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ଗ୍ରାମପଞ୍ଚାୟତ ଅଧିନସ୍ତ ମୁସ୍କୁଟି ଗ୍ରାମ ଖେଳ ପଡ଼ିଆ ଠାରେ ମାଁ ଭୈରବୀ ପ୍ଲୋଡ ଲାଇଟ ନାଇଟ ସାର୍କିଲ କ୍ରିକେଟ ଟୁର୍ନାମେଣ୍ଟ ସିଜନ-୨ ଉଦଯାପିତ ହୋଇଯାଇଛି। ଉକ୍ତ ମ୍ୟାଚ ତିନି ରାତିଧରି ହୋଇଥିବାବେଳେ ଏଥିରେ ପାରିପାର୍ଷିକ ଅଞ୍ଚଳରୁ ୧୪ ଟି ଦଳ ଭାଗ ନେଇଥିଲେ। ଉଦଯାପନୀ ରାତ୍ରୀରେ ଫାଇନାଲ ମ୍ୟାଚ ଭବାନୀପାଟଣା ଏମଟିସି ୭ ଓ ଚମ୍ପାଦେଇପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମଟିସି ୭ ପ୍ରଥମେ ବ୍ୟାଟିଂ କରି ୮ ଓଭର ବିନିମୟରେ ୧୧୮ ରନ୍ ସଂଗ୍ରହ କରିଥିଲେ। ଏହାର ଜବାବରେ ଚମ୍ପାଦେଇପୁର ୬ ଓଭର ୨ ବଲ ଖେଳି ୧୧୯ ରନ୍ ସଂଗ୍ରହ କରି ଏମଟିସି୭ ଦଳରୁ ବିଜୟ ହାସଲ କରିଥିଲା। ଏଥିରେ ଖେଳ ଟିମ ସଭାପତି ନବୀନ, ଉପସଭାପତି ଧନୁର୍ଯ୍ୟ ବିଶି, ସମ୍ପାଦକ ଉମାକାନ୍ତ ବନ୍ଧପାରିଆ, ଆୟୋଜକ ସୋମନାଥ ବିଶି, ପପିନ ବନ୍ଧପାରିଆ, ନରେନ୍ଦ୍ର ବିଶି, ଅରୁଣ, ଟିକେ, ପ୍ରଭାକର, କିଶୋର, ଉମା, କାନ୍ହା, ନୀଳ ମାଝୀ ବିଶେଷ କାର୍ଯ୍ୟ ତୁଲାଇଥିବାବେଳେ ବିଶିକେଶନ ହରପାଲ, ବେଣୁଧର ବାଗ, ଶାଶ୍ୱତ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ମ୍ୟାଚରେ ବିଜେତାଙ୍କୁ ୧୫୫୫୫ ନଗଦ ଅର୍ଥ ରାଶି ସହିତ ଟ୍ରଫି ଓ ଉପବିଜେତା ଦଳକୁ ୧୦୦୦୦ ନଗଦ ଅର୍ଥରାଶି ସହିତ ଟ୍ରଫି ପୁରସ୍କାର ପ୍ରଦାନ କରାଯାଇଥିଲା। ମେନଅଫଦି ମ୍ୟାଚ ରିଙ୍କୁ, ମେନ୍ଅଫଦି ସିରିଜ ବାଦଲ ଓ ବେଷ୍ଟ ଡିସିପ୍ଲିନ୍ ଦଳ ଭାବେ ଏମଟିସି ୭ ପୁରସ୍କାର ପାଇଥିଲେ। ଉକ୍ତ ରାତ୍ରିକାଳୀନ ଟୁର୍ନାମେଣ୍ଟରେ ସ୍ପୋର୍ଟ୍ସ ଚମ୍ପିୟାନ ୟୁଟୁବ ଚେନାଲ ଦ୍ୱାରା ପ୍ରଥମ ଦିନରୁ ଅନ୍ତିମ ଦିନ ପର୍ଯ୍ୟନ୍ତ ଖେଳର ସିଧାପ୍ରସାରଣ କରାଯାଇଥିଲା।





