ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ସହ ଖେଳ
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପକରିଥିବା ଅଭିଯାଗ ହୋଇଛି l ବିଇଡି କୋର୍ସ ସରି ବର୍ଷେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ୍ୟ ସାର୍ଟିଫିକେଟ ଏପ୍ରଯ୍ୟନ୍ତ ପାଇ ନାହାନ୍ତି ଛାତ୍ର ଛାତ୍ରୀ । ନିଜ ପ୍ରମାଣ ପତ୍ର ପାଇଁ ଛାତ୍ର ଛାତ୍ରୀ ମାନେ ଆନ୍ଧ୍ରା ରେ ଥିବା ବିଇଡି କଲେଜ କୁ ଯୋଗାଯୋଗ କରିଥିବା ବେଳେ କଲେଜ କର୍ତ୍ତୃପକ୍ଷ ଟଙ୍କା ମିଳିନାହିଁ ଟଙ୍କା ମିଳିଲେ ସାର୍ଟିଫିକେଟ ଦିଆଯିବ ବୋଲି କହିଛନ୍ତି । ସେପଟେ ଛାତ୍ର ଛାତ୍ରୀ ସବୁ କୋର୍ସ ପିସ୍ ଯେଉଁ ଦଲାଲଙ୍କ ଜରିଆରେ କଲେଜରେ ନାମ ଲେଖାଇଥିଲେ ତାଙ୍କୁ ଦେଇ ସାରିଛନ୍ତି। କୋର୍ସ ପିସ୍ ପାଈଁ ୧ ଲକ୍ଷ ୫୦ ହଜାର ଏବଂ ସାର୍ଟିଫିକେଟ ନାଁରେ ୧୦ ହଜାର ଟଙ୍କା ଦଲାଲ ପତିତପାବନ ହେର୍ଣ୍ଣା ନେଇଥିବା ବେଳେ କଲେଜ୍ କୁ ଦେଇନଥିବା ଯୋଗୁଁ ହଇରାଣ ହେଉଛନ୍ତି ଛାତ୍ର ଛାତ୍ରୀ। ବଲାଙ୍ଗିର, ନୂଆପଡ଼ା, ବରଗଡ଼ ଜିଲ୍ଲା ଅଂଚଳର ୨୦ ରୁ ଅଧିକ ଛାତ୍ର ଛାତ୍ରୀ ନିଜର ପ୍ରମାଣପତ୍ର ପାଇ ନ ଥିବା ବେଳେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ତ ହୋଇଛନ୍ତି। ଛାତ୍ର ଛାତ୍ରୀ ମାନେ କୋର୍ସ ଫିସ୍ ଯାହା ଦେବାର କଥା ଦେଇଥିବା ବେଳେ ଆମକୁ ଆମର ସାର୍ଟିଫିକେଟ ଦିଆଯାଉ ବୋଲି ଦାବି କରିଛନ୍ତି। ଦଲାଲ ପତିତପାବନ ହେର୍ଣା ଆଜି କାଲି ଦିନ ଗଡାଉଥିବା ବେଳେ ଶେଷରେ ଥାନାରେ ଦ୍ୱାରସ୍ତ ହୋଇଥିବା କହିଛନ୍ତି ଛାତ୍ର ଛାତ୍ରୀ । ତେବେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ସହ ଖେଳୁଥିବା ବେଳେ ଛାତ୍ର ଛାତ୍ରୀ ମାନଙ୍କୁ ଶୀଘ୍ର ପ୍ରମାଣ ପତ୍ର ମିଳିବା କଥା ସ୍ଥାନୀୟ ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି l





