ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ସନ୍ଧ୍ୟା ୫ ଟା ବେଳେ ନର୍ଲା ବ୍ଲକ ଶେରଗଡ଼ ଗାଁ ନିକଟସ୍ଥ ତାରିଣୀ ମନ୍ଦିର ବୁଲାଣିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକକୁ ଧକ୍କା ଦେଇଛି ଟ୍ରକ। ଏଥିରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ଖବରରୁ ଜଣାପଡ଼ିଛି ଯେ ନର୍ଲା ଦେଇ କୌଣସି କାମ ସାରି ଘରକୁ ନିଜ ବାଇକ ୦୩ ଏ ୫୮୨୨ ନମ୍ବର ଗାଡ଼ିରେ ୩ ଜଣ ଫେରୁଥିବା ସମୟରେ ଟ୍ରକ ଧକ୍କାରେ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।
ମୃତକ ଜଣକ ହେଲେ ପାଇକ ସଡେଲ ଗାଁ ଳର ରାକେଶ ପରଭୋଏ (୨୦)। ଆହତ ଅନ୍ୟ ଦୁଇ ଜଣଙ୍କୁ ପ୍ରଥମେ ମ. ରାମପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ରାମୁଡ଼ ଗାଁର ବୁଲୁ ରଣା (୨୦) ଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଜାମବହାଲି ଗାଁର ନିଧି ପରଭୋଏଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।






