ଜାତୀୟ ସାହିତ୍ୟ ମହୋତ୍ସବ ସେପ୍ଟେମ୍ବର ୨୬ରୁ ଆରମ୍ଭ: ଡକ୍ଟର ସତ୍ୟବ୍ରତ ଜେନା ସମ୍ପାଦକ ମନୋନୀତ

• କବି ଫନୀ ମହାନ୍ତି ଓ ପ୍ରଣବ ଛୋଟରାୟଙ୍କ ନେତୃତ୍ୱରେ ଗଠିତ ହେଲା ୫ କମିଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ସାହିତ୍ୟ ସଂସ୍କୃତି ସମାରୋହର ଆବାହନରେ ରବିବାର ସନ୍ଧ୍ୟାରେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବର ଆୟୋଜନ ସକାଶେ ସମ୍ପାଦକ ପ୍ରଣବ ଛୋଟରାୟ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି।ବୈଠକରେ ସଭାପତି ଡ଼କ୍ଟର ଫନୀ ମହାନ୍ତି ଯୋଗଦେଇ ବିଗତ ବର୍ଷ ମାନଙ୍କରେ ବିଭିନ୍ନ ରାଜ୍ୟରୁ ଆସୁଥିବା କବି ମାନଙ୍କର ବିବରଣୀ ଏବଂ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସୂଚନା ଦେବା ସହିତ ଚଳିତ ବର୍ଷ ୧୫ଟି ରାଜ୍ୟରୁ ପାଖାପାଖି ୨୫ଜଣ ଲେଖକ ଆସିବା ସହିତ ପଡୋଶୀ ଦେଶ ନେପାଳ, ବାଂଲାଦେଶ, ଆଫଗାନିସ୍ଥାନ ଓ ଶ୍ରୀଲଙ୍କାରୁ ମଧ୍ୟ ଲେଖକ ଆସିବାର କାର୍ଯ୍ୟକ୍ରମ ରଖାଯାଉଛି ବୋଲି ସୂଚନା ଦେଇଥିଲେ। ତେବେ ପଞ୍ଚମ ଜାତୀୟ ସାହିତ୍ୟ ମହୋତ୍ସବ (ଏନଏଲଏଫ)ର ସଚିବ ଭାବେ ଡକ୍ଟର ସତ୍ୟବ୍ରତ ଜେନାଙ୍କୁ ମନୋନୀତ କରାଯାଇଥିବା ବେଳେ ଡକ୍ଟର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ୫ଟି କମିଟି ଗଠନ କରାଯାଇଥିଲା। ସାହିତ୍ୟ ସଂସ୍କୃତି ସମାରୋହର ସଭାପତି ଇଂ ଗୌରଚନ୍ଦ୍ର ମହାପାତ୍ର, ଏନଏଲଏଫର ସଭାପତି ଡ଼କ୍ଟର ଫନୀ ମହାନ୍ତିଙ୍କ ସମେତ ପ୍ରଣବ ଛୋଟରାୟ, ଶ୍ରୀମତୀ ସୌଦାମିନୀ ସାମନ୍ତରାୟ, ବଟକୃଷ୍ଣ ପଣ୍ଡା, ପିତାମ୍ବର ଭୋଇ, ଶ୍ରୀମତୀ ଗାୟତ୍ରୀ ମହାରଣା, ଶ୍ରୀମତୀ ବିନୋଦିନୀ ପାତ୍ର, ଶ୍ରୀମତୀ ନିନାଦିନୀ ମହାନ୍ତି, ଶ୍ରୀମତୀ ମିନତୀ ରଥ, ଶ୍ରୀମତୀ କଳ୍ପନା ମହାରଣା,ପତିତପାବନ ପତି, ଶ୍ରୀମତୀ ଇତିଶ୍ରୀ ପତି, ସୁରଜିତ ପରିଡା, ଶ୍ରୀମତୀ ଅନୁସୟା ବାରିକ, ମିହିର କୁମାର ରଥଶର୍ମା, ଦିଲ୍ଲୀପ ମହାରଣା, ଭାରତୀ ଭୂଷଣ ପଟ୍ଟନାୟକ ପ୍ରମୁଖ ବିଭିନ୍ନ କମିଟିର ସଦସ୍ୟ ଭାବେ ମନୋନୀତ ହେଇଥିଲେ। ଶେଷରେ ବଟକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.