ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ଆଦିବାସୀ କଲ୍ୟାଣ ସଂଘର ସଇଁତଲା ବ୍ଲକ ସଭାପତି ଭାବେ ଦେବେନ୍ଦ୍ର ଭୋଇ ମନୋନୀତ ହୋଇଛନ୍ତି। ଦେଓଗାଁ ବ୍ଲକ ଭୀମଡୁଙ୍ଗୁରି ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ସତ୍ୟନାରାୟଣ ଭୋଇ, ସମ୍ପାଦକ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସଭାରେ ଶ୍ରୀ ଭୋଇଙ୍କୁ ସଇଁତଲା ବ୍ଲକ ସଭାପତି ଭାବେ ମନୋନୀତ କରାଯାଇଛି। ଜଣେ ଉଦୀୟମାନ ଯୁବ ନେତୃତ୍ବ ଓ ଉତ୍ତମ ସଂଗଠକ ଭାବେ ସୁପରିଚିତ ଦେବେନ୍ଦ୍ରଙ୍କୁ ଆଦିବାସୀ କଲ୍ୟାଣ ସଂଘ ସଇଁତଲା ବ୍ଲକ ସଭାପତି ଭାବେ ମନୋନୀତ କରିଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ନୂତନ ଦାୟିତ୍ୱ ପାଇବା ପରେ ବିଭିନ୍ନ ମହଲରୁ ଶ୍ରୀ ଭୋଇଙ୍କୁ ଅଭିନନ୍ଦନ ସହ ଶୁଭେଚ୍ଛା ଜ୍ଞାପନ କରାଯାଇଛି।





