ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ନିକଟସ୍ଥ ନୂଆପଡା ଠାରେ ସର୍ବ ଗୁଣର ଅଧିକାରୀ ସମାଜସେବୀ ସୁରେଶ ଭୋଇଙ୍କର ଜନ୍ମ ହୋଇଥିଲା। ସେ ଏକାଧାରରେ କବି, ଲେଖକ, ଗୀତିକାର, ନାଟ୍ୟକାର, ନିର୍ଦେଶକ ଅଭିନେତା, ଖେଳାଳି, ରାଜନେତା, ଗବେଷକ, ଦାର୍ଶନିକ ସହିତ ସମାଜସେବୀ ଅଟନ୍ତି। ପିତା ଲୋକନାଥ ଭୋଇ ଏବଂ ମାତା କନକ ସୁନ୍ଦରୀ ଭୋଇଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ସେବାରେ ସମର୍ପିତ ଭାବନା ରଖି ନିଜ କନ୍ଧ ଜାତିର କିପରି ବିକାଶ ତଥା ଉତ୍ଥାନ ହୋଇ ପାରିବ ଚିନ୍ତନ କରୁଛନ୍ତି। ନିଜ ଗାଁ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ କରି +୨ ପର୍ଯ୍ୟନ୍ତ ଶିକ୍ଷା ଅଧୟନ କରି ଅନେକ ସରକାରୀ ଚାକିରୀକୁ ଠୋକର ମାରିଛନ୍ତି। ଆଦିବାସୀ (କନ୍ଧ) ସଂସ୍କୃତିର ସୁରକ୍ଷା ଦିଗରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଏକ ପ୍ରଗତିଶୀଳ ସମାଜ ଗଠନ କରିବା ମୁଳ ଲକ୍ଷ୍ୟ ଏବଂ ଉଦେଶ୍ୟ ରହିଛି। ଆଦିବାସୀ ଜୀବନ ଦର୍ଶନରେ ହଜି ଯାଉଥିବା ଆଦି ସଂସ୍କୃତି ଢ଼ାପ ନୃତ୍ୟ ଗୀତରେ ସେ ଗବେଷଣାରତ। ତୁଳସୀ ଦୁଇ ପତ୍ରରୁ ବସିବା ଭଳି ଛାତ୍ର ଜୀବନରେ ପାଠ ପଢୁଥିବା ସମୟରେ ହିଁ କବିତା, ଦେବୀ ବନ୍ଦନା, ଏକାଙ୍କିକା ଲେଖି ବେଶ ଜନ ମାନସରେ ଚର୍ଚ୍ଚିତ ହୁଅନ୍ତି। ନିଜ ଲେଖନୀ ମୁନରେ ଜନ ବାଦୀ ସାହିତ୍ୟ, ବିଭିନ୍ନ ପୌରାଣିକ, କାଳ୍ପନିକ, ସାମାଜିକ ନାଟକ ରଚନା କରି ଯୁବ ଶକ୍ତି ପାଇଁ ପ୍ରେରଣା ଜାଗ୍ରତ କରନ୍ତି। ନିଜେ ରଚନା କରି ଅଭିନୟ କରିବା ଏବଂ ଗୀତିନାଟ୍ୟ ମାଧ୍ୟମ ସମାଜ ସଚେତନ ଧର୍ମୀ ନାଟକ ରଚନା କରି ମାନବ ସମାଜ କୁପଥଗାମୀ ମାନଙ୍କୁ ସଠିକ ପଥର ପଥିକ ହେବା ନିର୍ଦେଶନା ଦେବା ପାଇଁ ସେ ଗୁରୁ ଆଖ୍ୟା ଲାଭ କରିଛନ୍ତି। ୨୦୧୮ ମସିହାରେ ଦଳିତ ସାହିତ୍ୟ ଏକାଡେମୀ ନୂଆଦିଲ୍ଲୀ ତରଫରୁ ଆମ୍ବେଦକର ଜାତୀୟ ଫିଲସଫିରେ ସମ୍ମାନିତ ହୋଇଛନ୍ତି। ନିଜ ଗାଁରେ ମା ଜାଡେନ କ୍ଳବ, ଜୟ ଜଗନ୍ନାଥ କ୍ରିକେଟ କ୍ଳବ ଗଠନ କରି ଯୁବକ ମାନଙ୍କର ପ୍ରେରଣା ପାଲଟିଛନ୍ତି। ୧୯୯୮ ମସିହାରେ ଉତ୍କଳ କନ୍ଧ ସମାଜ ବୁଡୁକା ପ୍ରଗଣାରେ ଯୋଗଦେଇ ସମାଜର କୁ-ସଂସ୍କାର, ଅନ୍ଧ ବିଶ୍ୱାସକୁ ଦୂର କରିବା ଏବଂ ନାରୀ ଶିକ୍ଷାକୁ ଗୁରୁତ୍ୱ ଦେଇ ଏକ ନିଶା ମୁକ୍ତ ସମାଜ ଗଠନ କରିବା ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ୨୦୦୭ ମସିହାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘରେ ଯୋଗ ଦେଇ ସମାଜର ଶୋଷିତ ପୀଡିତ ପାଇଁ କାମ କରନ୍ତି। ୨୦୦୯ ମସିହାରେ ସଙ୍ଘର ସଂଗଠକ ଦାଇତ୍ୱ ଗ୍ରହଣ କରି ଆଦିବାସୀ ଏକତା ଅଖଣ୍ଡତା ପାଇଁ ପ୍ରୟାସ ଜାରି ରଖନ୍ତି। ନିଜର ସମାଜ ପାଇଁ ଅନେକ ଆନ୍ଦୋଳନ, ଧର୍ମଘଟ ଲଢେଇ କରି ଅନେକ ମିଥ୍ୟା କେଶ ମୋକର୍ଦମା ରେ ଛନ୍ଦି ହୁଅନ୍ତି କିନ୍ତୁ ଭାଙ୍ଗି ପଡନ୍ତିନି ସୁରେଶ। ୨୦୧୯ ମସିହାରେ ସମାଜର ଯୁବକମାନଙ୍କୁ ନେଇ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗୀର ଗଠନ କରି ସେହି ଅନୁଷ୍ଠାନର ସଭାପତି ଦାଇତ୍ୱ ବହନ କରି ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମ କରିବାର ଡାକରା ଦେଇ ଯୁବ ଶକ୍ତିକୁ ଜାଗରଣ କରନ୍ତି। ଜଣେ ସଚ୍ଚୋଟ, ସାଧାରଣ ସ୍ୱାଭିମାନୀ ବ୍ୟକ୍ତିତ୍ୱଙ୍କୁ ମଧ୍ୟ ବେଳେ ବେଳେ ସମାଲୋଚନାର ଶିକାର ହେବାକୁ ପଡେ ସେଥିରେ କାହିଁକି ବା ସୁରେଶ ଭୋଇ ବାଦ ପଡିବେ। ସମାଲୋଚକମାନେ ସମାଲୋଚନା କରନ୍ତି କିନ୍ତୁ ସୁରେଶ ତାଙ୍କ ଜନ ସେବାକୁ ଜାରି ରଖନ୍ତି। ଆମ ପ୍ରତିନିଧିଦଳ ଶ୍ରୀ ଭୋଇଙ୍କ ଘରକୁ ଯାଇ ତାଙ୍କ ଧର୍ମ ପତ୍ନୀ ସୁନିତା (ରୀନା) ଭୋଇଙ୍କୁ ପଚାରିବାରୁ ସେ କହି ଥିଲେ ଯେ ମୁଁ କେଉଁ ଜନ୍ମରେ କି ପୁଣ୍ୟକରି ଥିଲି ବୋଲି ମୋତେ ଏ ଜନ୍ମରେ ତାଙ୍କୁ ପ୍ରାପ୍ତ ହେଲି। ଅନେକ ବାଧା ବିଘ୍ନ ନିନ୍ଦା ଅପବାଦ ଥାଇ ମଧ୍ୟ ତାଙ୍କ ମୁହଁରେ ଦୁଃଖ ନାହିଁ। ଅନ୍ୟପକ୍ଷରେ ସୁରେଶ ଭୋଇ ନିଜ ପ୍ରତିକ୍ରିୟା ରେ କହି ଥିଲେ ଯେ ଯେତେ ଦିନ ପ୍ରଯନ୍ତ ବଞ୍ଚିବି ସମାଜ ପାଇଁ କରିବି ଆଉ ଜନ୍ମ ହୋଇଛି ନିଶ୍ଚେ ଦିନେ ମରିବି କିନ୍ତୁ କାହିଁକି ସୁ କର୍ମ କରିବି ନାହିଁ। ନିନ୍ଦୁକ ମାନେ ଯେତେ ନିନ୍ଦା ମଧ୍ୟ ସମାଜସେବାରେ ଦିନ ରାତି ସୁରେଶ ଭୋଇ।





