କୋକସରା କଲେଜରେ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ସଦର ମହକୁମା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଉପେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଅବସରପ୍ରାପ୍ତ ବଡ଼ବାବୁ କନିଷ୍ଠ କିରାଣୀ ଶଙ୍କର ପ୍ରସାଦ ଗହୀର,ଓ ପିଅନ ମହେଶ୍ୱର ବାଗ ନିକଟରେ ଅବସର ଗ୍ରହଣ କରିଥିଲେ ।ଏହି ଅବସରରେ ବଡ଼ବାବୁ ଓ ପିଅନ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇ ଅନୁଷ୍ଠାନ ପ୍ରତି ତାଙ୍କର, ତ୍ୟାଗ, ସମର୍ପିତ ମନୋଭାବ ଓ ଅବଦାନ କୁ ଭୁୟସୀ ପ୍ରଶଂସା କରି ଭାବ ବିହ୍ଵଳ ହୋଇ ବିଦାୟ ଦେଇଛନ୍ତି । ଅବସର ଗ୍ରହଣ ପରେ ଖାଲି ପଡ଼ିଥିବା ବଡ଼ବାବୁ ପଦବୀ କନିଷ୍ଠ କିରାଣୀ ମୋହନ କୁମାର ବାଗ ବଡ଼ବାବୁ ଦାଇତ୍ୱ ଗ୍ରହଣ କରିଛନ୍ତି। ଆୟୋଜିତ ସଭାରେ ଅଧ୍ୟାପକ ଦେବେନ୍ଦ୍ର ମେହେର, ପ୍ରଭାତ କୁମାର ଶୁକ୍ଲା, ଅନିଲ କୁମାର ବାଗ,ସୁଜିତ କୁମାର ପଣ୍ଡା,ଯୁଗଳ କିଶୋର ହଂସ,କିଶୋର ଚନ୍ଦ୍ର ବିଶି, ଲିଟୁ ମହାନନ୍ଦ,ଖଗେଶ୍ୱର ବେମାଲ, ମଧୁସୂଦନ ନାଗ, ଜ୍ୟୋତିର୍ମୟୀ ପାଣିଗ୍ରାହୀ, ଗିରିଧର ବିଶି, ରେଣୁ ନାଏକ, ରାଜେଶ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାଧୀନ ପୁଝାରୀ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.