ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ମୁରିବାହାଲ ପରିସରରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଗତ ୩. ୮. ୨୦୨୬ ତାରିଖରେ ଉଦଘାଟନୀ ହେଲାବେଳେ ଆଜି ୮. ୮. ୨୦୨୬ ଶନିବାର ଦିନ ଉଦଯାପିତ ହୋଇ ଯାଇଛି।ଉକ୍ତ ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ନାୟକ ଥିବାବେଳେ ସମ୍ମାନୀତ ଅତିଥି ଥିଲେ ଅଧ୍ୟାପକ ଗୁଣ ସାଗର ମେହେର ଓ ସୋମେଶ ଦତ୍ତ ହୋତା, ମୁଖ୍ୟବକ୍ତା ଅଧ୍ୟାପକ ଦିଲୀପ କୁମାର ପଶାୟତ “ଆତ୍ମ ସୁରକ୍ଷା ଜୀବନ ରକ୍ଷା”‘ କହିବା ବେଳେ ଦକ୍ଷ ପ୍ରଶିକ୍ଷିକା ଯାଜ୍ଞସେନୀ ମାଝୀ ଆତ୍ମସୁରକ୍ଷା ତାଲିମ ଦେଇଥିଲେ।ଏହି ଶକ୍ତିଶ୍ରୀ ପ୍ରଶିକ୍ଷଣ ଶିବିରରେ ପ୍ରଥମ ଓ ଶେଷ ବର୍ଷର ୭୦ଜଣ ଛାତ୍ରୀ ଅଂଶଗ୍ରହଣ କରି ଶିକ୍ଷା ଗ୍ରହଣ କରିଥିଲେ । ଏହି ଅବସରରେ ନାରୀ ମାନେ କିପରି ଆତ୍ମ ସୁରକ୍ଷା କରିପାରିବେ ଏବଂ ନିଜକୁ ନିଜେ ସୁରକ୍ଷା ଦେବାର କୌଶଳ ବିଷୟରେ ବିଷଦ ଆଲୋଚନା ହୋଇଥିଲା। ଛାତ୍ରୀମାନେ ପାଇଥିବା ତାଲିମର ଅନୁଭୂତି ବଖାଣି ଥିଲେ ଓ ସେହି ଶିକ୍ଷାକୁ କିପରି କାର୍ଯ୍ୟରେ ପରିଣତ କରିବେ ଶପଥ ନେଇ ଥିଲେ। ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା।ଏହି ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ, ଘନଶ୍ୟାମ ଖମାରୀ, ଭ୍ରୀଙ୍ଗରଜ ରଣା, ଫାଲଗୁନୀ ଦାସ, ପ୍ରେମଚାନ୍ଦ ତାଣ୍ଡି, ଛନ୍ଦଚରଣ ଖୁଣ୍ଟିଆ,ପଙ୍କଜ ସାହୁ, ଶୈଲିକା ନାଏକ, ପର୍ଶୁରାମ ବାଗ,ଚନ୍ଦ୍ରିକା ସାହୁ,ବାସୁଦେବ ଦଳାଇ, ଶରତ ପଧାନ,ଲଳିତ ବାଘର, ଶଶି ପଶାୟତ l ତେବେ ଶକ୍ତିଶ୍ରୀ ଶିବିର କାର୍ଯ୍ୟକ୍ରମକୁ ଅଧ୍ୟାପିକା ଯଶୋସ୍ମିତା ବେହେରା ସଂଯୋଜନା କଲାବେଳେ ଅଧ୍ୟାପିକା ସରିତା ରଣା ଧନ୍ୟବାଦ୍ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.