ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ସାହୁଙ୍କ ଉପସ୍ଥିତିରେ ନର୍ଲା ବ୍ଲକ କାର୍ଯ୍ୟରତ ପିଇଓ ମାନଙ୍କ ନୂତନ କର୍ମ କର୍ତ୍ତା ଚୟନ କରାଯାଇଛି। ଜିଲ୍ଲା ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଂଘର ବିଭିନ୍ନ ସମସ୍ୟା, ଏହାର ସାଂଗଠନିକ ସ୍ଥିତି ବିଷୟରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ ହୋଇଥିଲା। ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସମାପନ ହୋଇ ସାରିଥିବାରୁ ନର୍ଲା ସଂଘର ନୂତନ କର୍ମକର୍ତ୍ତା ଚୟନ କରା ଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ଭାବରେ ତୁଳାପଡା ପିଇଓ କ୍ଷୀରସିନ୍ଧୁ ରଣା, ଉପସଭାପତି ଭାବରେ ସୋମ୍ୟ ରଞ୍ଜନ ସାହୁ ଓ ଆରତୀ ମାଝୀ, ସମ୍ପାଦକ ଭାବରେ ଭୀମକେଲା ପିଇଓ ରବି କୁମାର ନାଏକ, କୋଷାଧକ୍ଷ ଭାବରେ ରାକସୀ ପିଇଓ ସାହସ୍ରାଂଶୁ ମିଶ୍ର,
ଯୁଗ୍ମ ସମ୍ପାଦକ ଭାବରେ ଦୁଲଣା ମାଝୀ, ସଂଗଠକ ଭାବରେ ସରିଆଁ ପିଇଓ ଯଯାତି ଭଞ୍ଜ ପ୍ରମୁଖ ନିର୍ବାଚିତ ହୋଇଥିବା ଜଣାପଡିଛି। ନବ ନିର୍ବାଚିତ ସମସ୍ତ କର୍ମକର୍ତ୍ତାଙ୍କୁ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।





