ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ,ଭବନୀପାଟଣା ତରଫରୁ ଧର୍ମଗଡ଼ ପଞ୍ଚାୟତ କଲେଜ ଠାରେ “ଭାରତୀୟ ନ୍ୟାୟ ସଂହିତା” ଉପରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ଦୁଇ ଦିବସୀୟ କର୍ମଶାଳା ଓ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଦିନରେ କ୍ଷେତ୍ର ଅଧିକାରୀ ଖଗେଶ ବାଇପାଇଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡେପୁ ମୂଖ୍ଯ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କର୍ମଶାଳା ଓ ସଚେତନତା ସମାବେଶକୁ ଉଦଘାଟନ କରିଥିଲେ। ବରିଷ୍ଠ ଓକିଲ ସଂଯୁକ୍ତା ପଣ୍ଡା ଅତିଥି ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଯୁବ ସଂଗଠକ ଅବିନାଶ ମୁଣ୍ଡ, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ସଭାପତି ବିରଜା ପ୍ରସାଦ ପଣ୍ଡା ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ହୋଇଥିଲେl କାର୍ଯ୍ୟକ୍ରମକୁ ଅଧ୍ୟାପକ ଗଣପତି ବାଗ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିଥି ମାନେ “ଭାରତୀୟ ନ୍ୟାୟ ସଂହିତା” ଉପରେ ସମବେତ କର୍ମଶାଳା ଓ ସମାବେଶକୁ ସଚେତନ କରିବା ସହ ଏହାର ବିଭିନ୍ନ ଆଇନ ସମ୍ବନ୍ଧୀୟ ଦିଗରେ ଅବଗତ କରାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରଛାତ୍ରୀ ଓ ସାଂସ୍କୃତିକ ଦଳକୁ “ଭାରତୀୟ ନ୍ଯାୟ ସଂହିତା” ସମ୍ବନ୍ଧୀୟ ଶ୍ଲୋଗାନ ଦେଇ ଏକ ସଚେତନତା ପଦଯାତ୍ରା ମାଧ୍ୟମରେ ଧର୍ମଗଡ଼ ସହର ପରିକ୍ରମା କରିଥିଲେ। ଏହି ଅବସରରେ ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାନଙ୍କ ଭିତରେ କୁଇଜ,ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ପୁରସ୍କୃତ କରାଯାଇଥିଲା। ଏହାକୁ ଖେଳ ପ୍ରଶିକ୍ଷକ ଅଭୟ କୁମାର ବାଗ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱର ଦ୍ୱାରା ପ୍ରେରିତ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା “ଭାରତୀୟ ନ୍ୟାୟ ସଂହିତା” ଉପରେ ପର୍ଯ୍ୟବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଅଧ୍ଯାପକ ଜଗନ୍ନାଥ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।






