ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟ ରଞ୍ଜନ ପ୍ରଧାନ ବୁଧବାର କୋକସରା ବ୍ଳକର ଆମପାଣି ଗ୍ରାମ ପଞ୍ଚାୟତକୁ ଗସ୍ତ କରିଥିଲେ। ଶ୍ରୀ ପ୍ରଧାନ ଆମପାଣି ଗ୍ରାମ ପଞ୍ଚାୟତରେ ପହଞ୍ଚିବା ପରେ ବିରିମୁହାଣ, କାଦୋମଲି, କନ୍ଦାଗଡ ଓ ଆମପାଣି ଗ୍ରାମ ପରିଦର୍ଶନ କରିଥିଲେ। ଏବଂ ଏହି ଗ୍ରାମ ଗୁଡ଼ିକର ପ୍ରଧାନମନ୍ତ୍ରୀ ଆବାସ ଗୃହ, ଆମପାଣି ମୋଡେଲ ଟ୍ୟାଙ୍କ ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିଥିଲେ। ତାଙ୍କର ଏହି ଗସ୍ତ ସମୟରେ ଧର୍ମଗଡ଼ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କୋକସରା ବିଡ଼ିଓ ହିମାଞ୍ଚଳ ମାଝୀ, ବ୍ଳକ ସହକାରୀ ଯନ୍ତ୍ରୀ ଏହମ୍ମଦ ସରିଫ, ଯନ୍ତ୍ରୀ ଶାନ୍ତୁନୁ ରଣା, ପିଇଓ ଯୋଗେଶ୍ୱର ବେମାଳ, ସରପଞ୍ଚ ରୁକ୍ମଣୀ ବାଣୁଆ ସମେତ ବ୍ଲକର ଅନ୍ୟତମ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।





