ଟିକ୍ରାପଡ଼ା ପଦ୍ମଲୋଚନ କଲେଜରେ ସ୍ୱାଗତ ଉତ୍ସବ

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ସ୍ଥିତ ପଦ୍ମଲୋଚନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟ ଅଧ୍ୟକ୍ଷ ପରାଶର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ୱାଗତ ସଭାରେ ଅଧ୍ୟାପକ ଜୟକୃଷ୍ଣ ସାହୁ ମୁଖ୍ୟ ବକ୍ତା, ଅଧ୍ୟାପକ ଅଭୟ ଚୌଧୁରୀ ସମ୍ମାନିତ ବକ୍ତା, କିରାଣୀ ଅନ୍ତର୍ଯ୍ୟାମୀ ରାଜପଲିଆ, ଖେଳ ଶିକ୍ଷକ ଆଶୁତୋଷ ରାଜପଲିଆ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଦେଇଥିଲେ | ବିଦ୍ୟାର୍ଥୀଗଣ ମୋବାଇଲ ଓ ଅନ୍ୟାନ୍ୟ ଆକର୍ଷଣରେ ବାଟବଣା ନ ହୋଇ ଏକନିଷ୍ଠ ଭାବରେ ଅଧ୍ୟୟନରେ ମନୋନିବେଶ କରିବା ଆବଶ୍ୟକ | କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ବକ୍ତାଗଣ କହିଥିଲେ | ରମଣ ବିଶି, ପୁରନ୍ଦର ଧରୁଆ, ତପିନ ଖର୍ସେଲ, ଆୟୁଷ ରାଜପଲିଆ, ଅମିଷା ପୁଟେଲ, ମିନାକ୍ଷୀ ଦୀପ, କମଳାକାନ୍ତି ମାଝୀ, କାଜଲ ସେଠିଆ, ଜ୍ୟୋତ୍ସ୍ନାରାଣୀ ଖର୍ସେଲ, ବର୍ଷା ରାଜପଲିଆ, ସୁନିତା ଚନ୍ଦନ, ଉତ୍ସବୀ ବଗର୍ତ୍ତୀ, ଗୌରୀ ରଣା ପ୍ରମୁଖ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.