ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀଙ୍କ ସଭାପତିତ୍ୱରେ ଏନେଇ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟୁତ ଖମାରୀ ଓ ସାରଙ୍ଗପାଣି ଦଣ୍ଡସେନାଙ୍କ ସହ ସ୍କୁଲ ପରିଚାଳନା କମିଟିର ସଭାପତି ଅରୁଣ ନିଆଲ ଯୋଗଦେଇଥିଲେ। ଅତିଥିଙ୍କ ସମେତ ମଂଚାସୀନ ଶିକ୍ଷକ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ, ବୈଷ୍ଣବ ମେହେର, ସୁମିତ୍ରା ମେହେର, ଉଗ୍ରେସନ ହଂସ ଗୁରୁଦିବସର ମହତ୍ୱ ଏବଂ ଗୁରୁଶିଷ୍ୟଙ୍କ ନିସ୍ଵାର୍ଥପର ସମ୍ପର୍କ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ଶୃଙ୍ଖଳିତ ଆଚରଣ ନିମନ୍ତେ ଏହି ଅବସରରେ ଚତୁର୍ଥ ଶ୍ରେଣୀର ଆକୃତି ବାଗ, ପଞ୍ଚମର ଯାଜ୍ଞସେନୀ ମଶ୍ରା, ଷଷ୍ଠର ପ୍ରିନ୍ସ ବିଶି, ସପ୍ତମର ସଂଘମିତ୍ରା ନାୟକ, ଅଷ୍ଟମର ନିରୁପମା ମଶ୍ରା ଓ ଶୃଙ୍ଖଳିତ ଶ୍ରେଣୀ ଭାବରେ ଷଷ୍ଠ ଶ୍ରେଣୀକୁ ପ୍ରଶଂସା ପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ପ୍ରାରମ୍ଭରେ ବୈଷ୍ଣବ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଶେଷରେ ମମିତା ପଟ୍ଟଯୋଶୀ ଧନ୍ୟବାଦ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୁରୁପୂଜନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.