ପାର୍ସାଲି ଅଙ୍ଗନୱାଡି କେନ୍ଦ୍ରରେ ‘ଆଙ୍ଗନ କା ଉତ୍ସବ’ ସମ୍ପନ୍ନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): କଲ୍ୟାଣ ସିଂହପୁର ବ୍ଲକ ପି ବି ଟି ଜି ଅଞ୍ଚଳର ପାର୍ସାଲି ଅଙ୍ଗନୱାଡି କେନ୍ଦ୍ର ଠାରେ କର୍ମୀ ସରଜନୀ ପାଲାକାଙ୍କ ତତ୍ୱାବଧାନରେ ତିନି ଦିନିଆ “ଆଙ୍ଗନ କା ଉତ୍ସବ” ଅନୁଷ୍ଠିତ ହୋଇଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଶିଶୁ ମାନଙ୍କ ପିତା ମାତାଙ୍କ ଦ୍ୱାରା ପୋଷଣ ପିଠା କାର୍ଯ୍ୟକ୍ରମ, ଦ୍ୱିତୀୟ ଦିନରେ କିଶୋରୀ ବାଳିକା ମାନଙ୍କୁ ସାମିଲ କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଓ ଶେଷଦିନରେ କୃତିତ୍ୱ ହାସଲ ଶିଶୁ ଓ କିଶୋରୀ ବାଳିକା ମାନଙ୍କୁ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି ସୁପରଭାଇଜର ଉମା ପାର୍ବତୀ, ସମ୍ମାନିତ ଅତିଥି ଭାବେ ଶିକ୍ଷକ ଅରକ୍ଷିତ କୌଶଲ୍ୟା ଓ ବୀରେନ୍ଦ୍ର କୌଶଲ୍ୟା ଉପସ୍ଥିତ ରହିଥିଲେ। ଏହାକୁ ଅଙ୍ଗନୱାଡି ସହାୟିକା ସାନରୀ ଶିକକା, ଆଶା କର୍ମୀ ଜାନକୀ ବାଗ ଓ ଡ଼ଙ୍ଗରିଆ କନ୍ଧ ଉନୟନ ସଂସ୍ଥାର ମାଣିକ ପ୍ରାସ୍କା ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.