ଜୁନାଗଡ,୧୨/୯ : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଦୂର୍ଘଟଣା ପ୍ରବଣ ଅଞ୍ଚଳ ଜାରିଙ୍ଗ ଠାରେ କିଛି ଦିନର ବ୍ୟବଧାନ ପରେ ପୁଣି ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏଥିରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ରିସଗାଁର ବୋଲି ଜଣାପଡିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ଆଜି (ଗୁରୁବାର) ରାତି ପ୍ରାୟ ଘ ୮.୩୦ ମି. ସମୟରେ XL Super ଗାଡିରେ ଆସୁଥିବା ଉକ୍ତ ବ୍ୟକ୍ତି ଠିଆ ହୋଇଥିବା ଏକ ଟ୍ରକର ପଛ ପଟେ ପିଟି ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା ।