ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ପ୍ଲାଣ୍ଟ ନିକଟବର୍ତ୍ତୀ ଅଞ୍ଚଳରେ ଶିକ୍ଷାର ବିକାଶ ଓ ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ନେଇ ସିଏସ୍ଆର୍ ବିଭାଗ ପକ୍ଷରୁ ଚଳିତ ବର୍ଷ ଦଶମ ଛାତ୍ର ଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ଲାଣ୍ଟ ନିକଟବର୍ତ୍ତୀ ୮ଟି ଉଚ୍ଚ ବିଦ୍ୟାଳୟର ୬୧୨ ଜଣ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ଉପକୃତ ହେବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଆଜି ଟିକିରିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୨୩୦ ଜଣ ଛାତ୍ର ଛାତ୍ରୀଙ୍କୁ ଟେଷ୍ଟ ପେପର ପ୍ରଦାନ କରାଯାଇଛି । ଏହି ଅଵସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନା ସିଏସ୍ଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର, ଦିଗନ୍ତ ମହାନ୍ତି ଓ ସତ୍ୟଭାମା ନାୟକଙ୍କ ସମେତ ଏସ୍ଏମ୍ସି ସଭାପତି ସିଉ ମାଝୀ, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ଏବଂ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ | ଶିକ୍ଷା ଅର୍ଜନ ସହିତ ଜୀବନରେ ଶୃଙ୍ଖଳା ଓ ଦାୟିତ୍ୱବୋଧ ରହିବା ଅତ୍ୟନ୍ତ ଜରୁରୀ । ଛାତ୍ର ଛାତ୍ରୀମାନଙ୍କୁ ନିୟମିତ ଅଧ୍ୟୟନ କରିବା ସହିତ ଶୃଙ୍ଖଳିତ ଜୀବନଯାପନ ପାଇଁ ଶ୍ରୀମତୀ ମିଶ୍ର,ଏବଂ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ । ଆସନ୍ତା ଦୁଇ ଦିନ ମଧ୍ୟରେ କୁଚେଇ ପଦର, ହାଡ଼ିଗୁଡ଼ା, କୋଡ଼ିପାରି, ଗୋରଖପୁର ହାଇସ୍କୁଲ ସହିତ ଥୁଟିବର, ଡଙ୍ଗାସିଲ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀଙ୍କୁ ଟେଷ୍ଟ ପେପର ବଣ୍ଟନ କରାଯିବ ବୋଲି ପ୍ରକାଶ କରିଥିଲେ । ଉତ୍କଳ ଆଲୁମିନା ସିଏସଆର ପକ୍ଷରୁ ଟେଷ୍ଟ ପେପର ଯୋଗଣ ଦ୍ଵାରା ଛାତ୍ର ଛାତ୍ରୀମାନେ ଉପକୃତ ହେବା ସହିତ ଶିକ୍ଷାର ବିକାଶ ନେଇ ଟିକିରି ଉଚ୍ଚ ବିଦ୍ୟାଳୟ ଶିକ୍ଷକ ରଞ୍ଜିତ ମିଶ୍ର କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।





