ଓଡିଆ ବାର୍ତ୍ତା/ କଟକ: ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ଖୋର୍ଦ୍ଧାର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍, ସାହିତ୍ୟିକ, ରକ୍ତଦାତା, ନାଟ୍ୟକାର ପ୍ରଫୁଲ୍ଲ କୁମାର ଦାସଙ୍କୁ ଅହିଂସା ବିଚାର ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ସୂଚନାଯୋଗ୍ୟ ସାରସ୍ଵତ ସାଧକ ପ୍ରାଧ୍ୟାପକ ଦାସ ଅଧୁନା ସରସ୍ୱତୀ କଳା ପରିଷଦ କନ୍ଦରପୁର ଉପ ସଭାପତି ଭାବେ କାର୍ଯ୍ୟ କରିବା ସହ ବହୁବିଧ ସେବା କାର୍ଯ୍ୟରେ ବ୍ରତୀ ରହି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ୪୨ ମୌଜା ଚନ୍ଦୁଲି ଗ୍ରାମ ନିବାସୀ ଅଟନ୍ତି ।





