ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଟକ: ଇଶାଣୀବ୍ରହ୍ମପୁରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା ତରଫରୁ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହ ମା’ମାନଙ୍କୁ ଶାଢ଼ି ଓ ଛତା ବଣ୍ଟନ କରାଯାଇଥିଲା । ଇଶାଣୀବ୍ରହ୍ମପୁର ସରପଞ୍ଚ ସୁଶାନ୍ତ କୁମାର ସେଠୀ, ସାହିତ୍ୟିକ ପ୍ରଦୀପ୍ତ କୁମାର ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଦୃଷ୍ଟିହୀନ ବିଶିଷ୍ଟ କଣ୍ଠଶିଳ୍ପୀ ଅବଦୁଲ ସମଦ ନିଜାମ ଓ ବିଶିଷ୍ଟ ସ୍ତମ୍ଭକାର ତଥା ଆଦର୍ଶ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ ଆଚାର୍ଯ୍ୟଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷାବିତ ସରୋଜ ସାହୁ,ପଣ୍ଡିତ ପ୍ରତାପ ସେଠୀ, ସମାଜସେବୀ ସୁକାନ୍ତ ହୋତା,ଅଶୋକ ସାହୁ,ଶାଶ୍ୱତ ଓଡ଼ିଆ ପ୍ରତିଭାର ସମ୍ପାଦକ ଖଗେଶ୍ୱର ଖଣ୍ଡୁଆଳଙ୍କୁ ପ୍ରତିଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ଓ ସଭାପତି ସରୋଜ ନଳିନୀ ପରିଜା ସମ୍ମାନିତ କରିଥିଲେ । ସମାଜସେବୀ ମିର୍ଜା ସରାଫତ ବେଗ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.