ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବରାତ୍ର ଧରି ମଣ୍ଡପରେ ପୂଜା ପାଇବା ପରେ ବିଦାୟ ନେଇଛନ୍ତି ଜଗତଜନନୀ। ବୁଧବାର ସନ୍ଧ୍ୟାରେ ରୁପ୍ରାରୋଡ ସାର୍ବଜନୀନ ଦୁର୍ଗାପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଛି। ଦୁଲଦୁଲି ବାଦ୍ୟର ତାଳେତାଳେ ମେଢ଼ ଆଗେଇ ଚାଲିଥିବାବେଳେ ଘରେ ଘରେ ଦେବୀଙ୍କୁ ବନ୍ଦାପନା କରାଯାଇ ବିଦାୟ ଦିଆଯାଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରାରୋଡ ଦୁର୍ଗାପୂଜା ଏଥର ୬୭ ବର୍ଷରେ ପଦାର୍ପଣ କରିଥିଲା। ପୂଜା କମିଟି ସଭାପତି ଓମପ୍ରକାଶ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଓ କମିଟିର କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟମାନଙ୍କ ସହଯୋଗରେ ପୂଜା କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଚଳିତବର୍ଷ ପାର୍ଥ ଦତ୍ତା କର୍ତ୍ତା ଥିବାବେଳେ ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମା ଓ ବିଷ୍ଣୁ ଶର୍ମା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।





