କୋରାପୁଟରେ ୬୭ତମ ପୋଲିସ ସହିଦ ଦିବସ ପାଳିତ

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଏସ୍‌ପି, ପରିବାର ସଦସ୍ୟଙ୍କ ସହ ଆଲୋଚନା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଦେଶର ସୁରକ୍ଷା, ଶାନ୍ତି ଓ ଜନସାଧାରଣଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବୀର ପୋଲିସ ସହିଦଙ୍କ ବଳିଦାନକୁ ମନେ ପକାଇ ଭାବବିହ୍ୱଳ ହେଲା କୋରାପୁଟ। ସହିଦଙ୍କ ସ୍ମୃତିରେ କୋରାପୁଟ ପୋଲିସ ପଡ଼ିଆରେ ଜିଲ୍ଲା ପୋଲିସ ପକ୍ଷରୁ ୬୭ତମ ପୋଲିସ ସହିଦ ଦିବସ ପାଳିତ ହୋଇଛି। ଏହି ଅବସରରେ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କ ଅମର ତ୍ୟାଗକୁ ସ୍ମରଣ କରାଯିବା ସହ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କୋରାପୁଟ ଏସ୍‌ପି ରୋହିତ ବର୍ମାଙ୍କ ସମେତ ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀମାନେ ସହିଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। କେବଳ ସ୍ମୃତିଚାରଣରେ ସୀମିତ ନ ରହି ସହିଦ ପରିବାରର ସଦସ୍ୟମାନଙ୍କ ସହ ଏସ୍‌ପି ଆଲୋଚନା କରି ସେମାନଙ୍କ ସୁଖଦୁଃଖ ଓ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଦେଶର ସୁରକ୍ଷା ପାଇଁ ନିଜ ପରିବାର, ସୁଖ ଓ ଜୀବନକୁ ପଛରେ ପକାଇ କର୍ତ୍ତବ୍ୟ ପଥରେ ଆଗେଇ ଯାଇଥିବା ପୋଲିସ ସହିଦଙ୍କ ବଳିଦାନ କେବେ ବି ବ୍ୟର୍ଥ ହେବ ନାହିଁ। ସେମାନଙ୍କ ସାହସ, ନିଷ୍ଠା ଓ ଦେଶପ୍ରତି ଆନୁଗତ୍ୟ ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଯୋଗାଇବ। ସହିଦଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ସହ ସେମାନଙ୍କ ପରିବାର ପ୍ରତି ସମ୍ମାନ ଓ ସହଯୋଗର ଭାବନା ଏହି ଦିବସର ମୁଖ୍ୟ ବାର୍ତ୍ତା ହୋଇ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.