କୁମଯୋର ମାଁ ଲଙ୍କେଶ୍ଵରୀଙ୍କ ବାର୍ଷିକ ଦଶହରା ଉପଲକ୍ଷେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଚଳା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁମଯୋର ଠାରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ଵରୀଙ୍କ ବାର୍ଷିକ ଦଶହରା ମହା ସମାରୋହରେ ପାଳିତ ହୋଇଯାଇଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବଳେ ମୁଖ୍ୟ ବକ୍ତା ଭାବରେ ଶିକ୍ଷକ ଯୋଗିନ୍ଦ୍ର ଯୋଗଦେଇ ଘୁମୁରା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଡମ୍ବରୁଧର ନାଏକ ତ୍ରିନାଥ ନାଗ, ଶିକ୍ଷକ ସୁଧିର ନାଗ, ଟିକେମଣି ଦାସ, ତରୁଣୀ ସାହୁ, ଆୟୋଜକ କମିଟିର ସଭାପତି ପରମେଶ୍ବର ଶଵର, ସମ୍ପାଦକ ମୁରଲିଧର ଦୁର୍ଗା, ମୁକୁନ୍ଦ ମାଝୀ କର୍ମ ପୁଝାରୀ, ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏହି ପ୍ରତିଯୋଗିତାରେ ନଅ ଗୋଟି ଘୁମୁରା ଦଳ ଅଂଶଗ୍ରହଣ କରିଥିବା ବେଳେ ପର୍ଲା ନୁଆପଡା ଘୁମୁରା ଦଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଘଣ୍ଟିଗୁଡା ଘୁମୁରା ଦଳ ଦ୍ବିତୀୟ ଏବଂ ଅନ୍ତର୍ଲା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଚାରକ ଭାବରେ ମୁରଲିଧର ଦୁର୍ଗା, ଲିଙ୍ଗରାଜ ପୁଝାରୀ, ସୁବାଷ ଚନ୍ଦ୍ର ସାହୁ,ପରକ୍ଷୀତ ମାଝୀ ଦାଇତ୍ୱ ନିର୍ବାହ କରିଥିବା ବେଳେ ପର୍ଶୁରାମ ମାଝୀ, ଜୟରାମ ରାଉତ, କମଳ ମାଝୀ, ସୁନ୍ଦର ମଙ୍ଗରାଜ, ହିମାଞ୍ଚଳ ରାଉତ, ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.