ପ୍ରଗତି କ୍ଲବ ପକ୍ଷରୁ ସ୍ୱଚ୍ଛତା ଅଭିଯାନ

ଓଡିଆ ବାର୍ତ୍ତା/ ଭଦ୍ରକ: ସ୍ଥାନୀୟ ଅଞ୍ଚଳକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଜଣାଶୁଣା ସାମାଜିକ ସଂଗଠନ ‘ପ୍ରଗତି କ୍ଲବ’ ପକ୍ଷରୁ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ଅଧୀନରେ ନୟକାଣୀଡିହି ଦୁର୍ଗାପଡ଼ିଆ ଏବଂ ବଜାର ଅଞ୍ଚଳରେ ସଫେଇ କରାଯାଇଥିଲା। କ୍ଲବର ସଭାପତି ଜୟନ୍ତ ନାଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ରମେଶ ମହାଳିକ ଏବଂ ସହ ସମ୍ପାଦକ ବିଜୟ କୁମାର ଦାସ ପ୍ରମୁଖ ସାମିଲ ରହି କାର୍ଯ୍ୟର ପରିଚାଳନା କରିଥିଲେ । ସଂଗଠନର ଏହି ସଚେତନତା ମୂଳକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସାମ୍ୱାଦିକ ରଶ୍ମିରଞ୍ଜନ ରାଉତ, ଭାରତ ଚନ୍ଦ୍ର ରାଉତ, ସୂର୍ଯ୍ୟମଣି ସେଠୀ, ଧର୍ମେନ୍ଦ୍ର ପରିଡ଼ା, ନିର୍ମଳେନ୍ଦୁ ମହାପାତ୍ର ଏବଂ ମାନସ କୁମାର ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସଫେଇ କାର୍ଯ୍ୟ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.