ଓଡ଼ିଆ ବାର୍ତ୍ତା /ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜି ଗ୍ରାମ ଖେଳ ପଡ଼ିଆରେ ବନବାସୀଙ୍କ ଉନ୍ନତି ପାଇଁ ସମର୍ପିତ ଅଖିଳ ଭାରତୀୟ ସ୍ତରର ସଂଗଠନ ବନବାସୀ କଲ୍ୟାଣ ଆଶ୍ରମ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି| ଏଥିରେ ତୀର ଚାଳନା, ମାରାଥନ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟ ପୁଟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା| ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ| ଗୌନ୍ତିଆ ଟିକେନନ୍ଦ ମାଝୀ, ସାମାଜିକ କର୍ମୀ ବନବିହାରୀ ମିର୍ଦ୍ଧା ପୂଜାର୍ଚ୍ଚନା କରିଥିଲେ|ଭଗବାନ ଚଲାନ, ବିବତ୍ସ ମାଝୀ, ନିତ୍ୟାନନ୍ଦ ରଣା, ଦୁତିବାହନ ସିଂ, ସୁରେଶ ମାଝୀ, ସରକାର ବନଛୋର ପ୍ରତିଯୋଗିତା ପରିଚାଳନା କରିଥିଲେ| ଏସଏଚଜି ସଂଯୋଜିକା ଯଶୋବନ୍ତୀ ଭୋଏଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ଖେଳକୁଦ ପ୍ରମୁଖ ଶ୍ରୀବତ୍ସ ସେଠ ମୁଖ୍ୟ ଅତିଥି, ଝିଙ୍କିଡୁଙ୍ଗୁରି ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ, ଜିଲ୍ଲା ଶ୍ରଦ୍ଧା ଜାଗରଣ ପ୍ରମୁଖ ରସରାଜ ବୁଡ଼େକ, ଜିଲ୍ଲା ସମ୍ପାଦକ ପୁରୋହିତ ଭୋଇ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଶ୍ୱମ୍ଭର ମାଝୀ, ଜିଲ୍ଲା ଯୁଗ୍ମ ଖେଳକୁଦ ପ୍ରମୁଖ ଗୋପୀନାଥ ମେହେର, ଆରଏସଏସ ଜିଲ୍ଲା ଶାରୀରିକ ପ୍ରମୁଖ ସତ୍ୟେନ୍ଦ୍ର ସୁନା, ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ପଣ୍ଡା, ଟିଟିଲାଗଡ଼ ନଗର ସଂଯୋଜକ ବିକାଶ ଅଗ୍ରୱାଲ, ପ୍ରାନ୍ତ ନଗରୀୟ ପ୍ରମୁଖ ପ୍ରମୋଦ ଡୋଡ଼କା, ଭାରତୀୟ କିଷାନ ସଙ୍ଘ ରାଜ୍ୟ ସମ୍ପାଦକ ମୋହନ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ| ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଆସନ୍ତା ନଭେମ୍ବର ମାସରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା| ଅମିଳ ପୁଟେଲ ଅତିଥି ପରିଚୟ ଓ ସଦାନନ୍ଦ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ| ମୋଟିଭେଟର ସୁବର୍ଣ୍ଣି ଭୋଇ, ଗୀତାଞ୍ଜଳି ମାଝୀ, ରାଜେଶ୍ୱରୀ ଧରୁଆ, ଅହଲ୍ୟା ମାଝୀ, ରୀତା ମାଝୀ, ଜ୍ୟୋତିମା ସିଂ ଦେଓ ଏବଂ ଖର୍ସେଲବାଞ୍ଜି ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ|





