କଳା ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ଲକ୍ଷ୍ମୀପୂଜା ମଣ୍ଡପ ଠାରେ ରବିବାର ଦିନ ନୂଆଖାଇ ଭେଟଘାଟ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଯାଦବ ସଂସ୍କୃତିର ମହାନ ବିଭବ ବନାବାଡି ସହ ଗଣା ବଜା ଓ ଘୁମୁରାର ତାଳେ ତାଳେ ଏକ ବିଶାଳ ଶୋଭାଯାତ୍ରା ବରଗାଁ ସମଲେଇ ମନ୍ଦିରରୁ ଆଜ୍ଞାମାଳ ଆଣି ଦେବସର ଧାମ, ବୈଷ୍ଣୋ ଦେବୀ ମନ୍ଦିର ହୋଇ ନଗର ପରିକ୍ରମା କରି ମଞ୍ଚରେ ପହଞ୍ଚିଥିଲେ। ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ସଭାପତି ତ୍ରିଲୋଚନ ଗଉଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ ନୂଆଖାଇ ଭେଟଘାଟ ତଥା ସାମାଜିକ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଆଇନ ପରାମର୍ଶଦାତା ସଞ୍ଜୟ କୁମାର ଧଙ୍ଗଡାମାଝୀ, ସମ୍ମାନିତ ଅତିଥି ଭାବେ ଯାଦବ ସଂସ୍କୃତି ଗବେଷକ ସୁନୀଲ କୁମାର ଧଙ୍ଗଡାମାଝୀ, ଶିକ୍ଷାବିତ ଶେଷଦେବ ପୋଢ, ଜୟଚନ୍ଦ୍ର ହାତୀ, ବରିଷ୍ଠ ଯାଦବ ନେତା ଗିରିଧାରୀ ଗଉଡ, ନର୍ଲା ବ୍ଳକ ଯାଦବ ସମିତି ଯୁଗ୍ମ ସମ୍ପାଦକ ଅଜିତ କରୁଆଁ, କୋଷାଧ୍ୟକ୍ଷ ଗିରିଧାରୀ ଗଉଡ, ସମଲେଇ ପୂଜକ ରୁଷିନାଥ ବାଗ, ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଦବ ସମାଜର ଉପସଭାପତି ପିତାମ୍ବର ଖୁଣ୍ଟୁଲା, ସମାଜସେବୀ ଜଗତରାମ ଭୋଇ ପ୍ରମୁଖ ମଞ୍ଚାସୀନ ରହି ସମାଜ ସଙ୍ଗଠନକୁ ଆହୁରି ମଜଭୂତ କରିବା ସହ ପ୍ରାଚୀନ କଳା ସଂସ୍କୃତିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଯୁବ ଗାଳ୍ପିକ ସୁଧୀର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିବାବେଳେ ଅର୍ଜୁନ ଭୋଇ, ନରେଶ ଗଉଡ, ନିରାକାର ଗଉଡ, ଜନକ ପୋଢ, ରୁପ୍ରାରୋଡ ଆଞ୍ଚଳିକ ଯାଦବ କମିଟି ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ଗହୀର, ପୂର୍ଣ୍ଣଚନ୍ଦ୍ର କରୁଆଁ, ଅଶୋକ ହଂସ, ଗିରିଧାରୀ ବାଗ, ସନ୍ତୋଷ ସେଲମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହୋଇଥିଲା।





