ରୁପ୍ରାରୋଡ ମାରୱାଡି ମହିଳା ମଣ୍ଡଳ ଦ୍ବାରା କମ୍ବଳ ବଣ୍ଟନ 

କଳାହାଣ୍ଡି,୯/୧୨:

Omkar Vasthu
Omkar Vasthu

ରୁପ୍ରାରୋଡ ମାରଓ୍ବାଡି ମହିଳା ମଣ୍ଡଳ ଦ୍ବାରା ରୁପ୍ରାରୋଡ ଠାରେ ଆବଶ୍ୟକତା ଅନୁଭବ କରୁଥିବା ମହିଳା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ଏଥି ନିମନ୍ତେ ସୋମବାର ଦିନ ଆୟୋଜିତ ହୋଇଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥୀ ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଯୋଗଦେଇ କମ୍ବଳ ବଣ୍ଟନର ଶୁଭାରମ୍ଭ କରିବାସହ ଏପରି ଏକ ମହାନ କାର୍ଯ୍ୟ ପାଇଁ ଆୟୋଜକ ମାନଙ୍କୁ ପ୍ରଶଂସା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

 କାର୍ଯ୍ୟକ୍ରମ ପରିଚାଳନାରେ ରପ୍ରାରୋଡ ମାରୱାଡି ମହିଳା ମଣ୍ଡଳର ସଭାନେତ୍ରୀ ମଞ୍ଜୁ ଅଗ୍ରୱାଲ , ସଂପାଦିକା ସନ୍ତୋଷ ଅଗ୍ରୱାଲ , କୋଷାଧ୍ୟକ୍ଷା ମମତା ଅଗ୍ରୱାଲଙ୍କ ସମେତ ମହିଳା ମଣ୍ଡଳର ସଦସ୍ୟା ମାନେ ସହଯୋଗ କରିଥିଲେ । ଏହି ଜନ ହିତକର କାର୍ଯ୍ୟକ୍ରମରେ ମାରଓ୍ବାଡି ସମ୍ମେଳନ ରୁପ୍ରାରୋଡ ଶାଖାର ସୁଭାଷ ଚନ୍ଦ୍ର ଅଗ୍ରୱାଲ , ପ୍ରଦିପ ଅଗ୍ରୱାଲ ପ୍ରମୂଖ ଉପସ୍ଥିତ ଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.