ଜୟନ୍ତପୁର ପଞ୍ଚାୟତ ବିଜେଡ଼ିର ପୂର୍ଣ୍ଣାଙ୍ଗ କମିଟି ଗଠନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଜୟନ୍ତପୁର ପଞ୍ଚାୟତ ବିଜେଡ଼ିର ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଯାଇଛି। ଜୟନ୍ତପୁର ଗ୍ରାମ ପଞ୍ଚାୟତ ସଭାପତି ହରେକୃଷ୍ଣ ନାଏକଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ ହୋଇଥିବା ପୂର୍ଣ୍ଣାଙ୍ଗ କମିଟି ଗଠନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଧର୍ମଗଡ଼ ବ୍ଲକ ସଭାପତି ଡାକେ ଲହଜଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ତିୱାରୀ, ବ୍ଲକ ମହିଳା ସଭାନେତ୍ରୀ ମମତା ରାଣୀ ଗୋପାଳ, ନାଏବ ସରପଞ୍ଚ ବେଲମତି ପୁଝାରୀ, ବ୍ଲକ ଉପସଭାପତି ରତନ ନାଏକ, ଧନୀରାମ ହାତୀ, ମଧୁସୂଦନ ବାଗ ପ୍ରମୁଖଙ୍କ ସହ ପଞ୍ଚାୟତ ଅଞ୍ଚଳର ଅନେକ ଯୁବକ ଓ ମହିଳା ସାମିଲ ହୋଇଥିଲେ। ବିଜେଡ଼ି ସରକାର ସମୟରେ ହୋଇଥିବା ଅନେକ ଜନହିତକର ଯୋଜନା ବିଷୟରେ ଉପସ୍ଥିତ ଅତିଥିବୃନ୍ଦ ବଖାଣିବା ସହ ବର୍ତ୍ତମାନର ଡବଲ ଇଞ୍ଜିନ ସରକାରର ଅପାରଗତାକୁ ନେଇ ଜୋର ବର୍ଷିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.