ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲଦାର ଭାବେ ସୋମବାର ଯୋଗଦାନ କରିଛନ୍ତି ବିରୁପାକ୍ଷ ନନ୍ଦ।
ସେ ଏହା ପୂର୍ବରୁ କଳାହାଣ୍ଡି ଜିଲ୍ଲା ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ ସାରିଛନ୍ତି। ବିଭୁ ପ୍ରସାଦ ସିଂଙ୍କ ବଦଳି ପରେ ଶ୍ରୀ ନନ୍ଦ ନର୍ଲାରେ ଯୋଗଦାନ କରିଛନ୍ତି। ସୋମବାର ଶ୍ରୀ ନନ୍ଦ ଦାୟିତ୍ବ ଗ୍ରହଣ କରିବା ପରେ ରାଜସ୍ବ ଅଧିକାରୀ ମନୋରଞ୍ଜନ ନାୟକ, ସେକ୍ସନ ଅଫିସର ଅଜିତ ସାହୁ, କୋର୍ଟ ଅମିନ ଶୁକଦବ ମାଝୀ, ଭୁବନେଶ୍ବର ହରପାଲ, ବୈକୁଣ୍ଠ ମହାନନ୍ଦ, କିରଣ ସାହୁଙ୍କ ସହ ସାମ୍ବାଦିକ ଅଭିରାମ ନନ୍ଦ, ଲିଙ୍ଗରାଜ ମିଶ୍ର, ନୀଳକଣ୍ଠ ବେହେରା ପ୍ରମୁଖ ତାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ।





