ପ୍ରଗତି ପଥ ମହୋତ୍ସବ ଅବସରରେ ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରିବ ପ୍ରଗତି ଶିକ୍ଷାନୁଷ୍ଠାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ବୁଧବାର ଦିନ ଆୟୋଜିତ ହେବାକୁ ଥିବା ‘ପଥ ମହୋତ୍ସବ ୨୦୨୬’ ଅବସରରେ ସାହିତ୍ୟ, ଶିକ୍ଷା, ଯୁବ ପ୍ରତିଭା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଚାରିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ‘ବନମାଳୀ ପଣ୍ଡା ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯିବ।

ଏହି ଅବସରରେ ପ୍ରତାପ କେଶରୀ ମୁଣ୍ଡଙ୍କୁ ‘ବନମାଳୀ ପଣ୍ଡା ସାହିତ୍ୟ ସମ୍ମାନ’, ବିରଞ୍ଚି ପଣ୍ଡାଙ୍କୁ ‘ବନମାଳୀ ପଣ୍ଡା ଶିକ୍ଷା ସମ୍ମାନ’, ସତ୍ୟପିର ପ୍ରଧାନଙ୍କୁ ‘ବନମାଳୀ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ ଏବଂ ଅଶୋକ ପଟ୍ଟନାୟକଙ୍କୁ ‘ବନମାଳୀ ପଣ୍ଡା ସେବା ସମ୍ମାନ’ ପ୍ରଦାନ କରାଯିବ।

ସାହିତ୍ୟ ମାଧ୍ୟମରେ ସମାଜର ଚେତନାକୁ ସମୃଦ୍ଧ କରିବା, ଶିକ୍ଷାର ପ୍ରସାର ଓ ଗୁଣାତ୍ମକ ବିକାଶରେ ସହଯୋଗ କରିବା, ଯୁବପିଢ଼ିଙ୍କ ମଧ୍ୟରେ ନିଜସ୍ୱ ପ୍ରତିଭା ଓ ସୃଜନଶୀଳତାର ବିକାଶ ଘଟାଇବା ତଥା ସମାଜସେବା ମାଧ୍ୟମରେ ମାନବିକତାର ପରିଚୟ ଦେବା ଭଳି ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରକୁ ଏହି ସମ୍ମାନ ଉତ୍ସର୍ଗ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.