ମୁଁ ଯେ କଢିଟିଏ ଥିଲି
ଦୁନିଆଁ କଣ ଜାଣି ନଥିଲି
ସୁଖ, ଦୁଃଖ, ଜାତି, ଧର୍ମର ଭେଦଭାବ କିଛି ଜାଣି ନଥିଲି
ମୁକ୍ତ ଏକ ବିହଂଗ ପରି ସବୁଆଡେ ବୁଲୁଥିଲି
କଶ୍ମୀର ମୋ ଜନ୍ମଭୂମି, ଭାରତ ମୋ
ଦେଶ ବୋଲି ମନେମନେ ଭାବୁଥିଲି
ବୁଲୁବୁଲୁ ଦିନେ ମୁହିଁ ରାକ୍ଷସଂକ ହାବୁଡରେ ପଡିଗଲି
ମୋତେ ଛାଡିଦିଅ ବୋଲି କେତେ ମିନତୀ ମୁଁ କରିଥିଲି
ହେଲେ କେହି ଶୁଣିଲେନି ମୋ କଥା
ସେତେବେ ମୁ କେତେ ନିଃସହାୟ ହୋଇ ପଡିଥିଲି
ନର ରୂପୀ ରାକ୍ଷସମାନେ ବାସନାର ନିଆଁରେ
ମୋ କଅଁଳ ଶରୀରକୁ ଖିନ୍ ଭିନ୍ କରିଗଲେ
ସେତେବେଳେ କେତେ ଚିତ୍କାର ଯେ ମୁଁ କରିଥିଲି
ସେତିକିରେ ବି ଶାନ୍ତ ହେଲାନି ସେମାନଂକ ମନ
ସବୁଦିନ ପାଇଁ ମୋତେ ମୃତ୍ଯୁର ଶଯ୍ୟାରେ ଶୁଆଇ ଦେଲେ
ଦୁନିଆଁ କଣ ଜାଣିବା ଆଗରୁ ମୃତ୍ଯୁର ଶେଜରେ ଶୋଇଗଲି
ମୋ ପାଇଁ ସାରା ଦେଶ କାନ୍ଦୁଛି
କିନ୍ତୁ ମୁଁ ଆଉ ଫେରିବିନି
ଶରଣାର୍ଥୀ କଣ ମୁଁ କଣ ବୁଝିଥିଲି
ହିନ୍ଦୁ ଆଉ ମୁସଲମାନ ଭିନ୍ନଭିନ୍ନ ବୋଲି ମୁଁ କଣ ଜାଣିଥିଲି
ସେଇ ଦୁଇ ଧର୍ମର ନିଆଁରେ ମୁଁ ଜଳିଗଲି
ଆଜି ସେପାରିରେ ଥାଇ ମୁଁ ପ୍ରାର୍ଥନା କରୁଛି
ହେ ମଣିଷ ସମାଜ, ବୁଝିଯାଅ ହିନ୍ଦୁ ମୁସଲମାନ ଏକ ବୋଲି
ଏହା ମଣିଷ ତିଆରି କରିଥିବା ସୀମାରେଖା
ଭଗବାନଂକ ତିଆରି ନୁହଁ ବୋଲି
ସାବଧାନ ହୋଇଯାଅ , ନହେଲେ
ପୁଣି କେତେ ଯେ ଆସିଫା ବଳି ପଡିବେ ଧର୍ମର ନିଆଁରେ
ଆଉ କେତେ ଖେଳିବ ଧର୍ମର ନାଆଁରେ ରକ୍ତର ହୋଲି!