ଭାରତୀୟ ମଜଦୁର ସଂଘର ଜାତୀୟ ଶ୍ରମିକ ଦିବସ ପାଳିତ

ରାୟଗଡ,୧୮/୯ : ଭାରତୀୟ ମଜଦୁର ସଂଘ (ବିଏମଏସ) ପ୍ରତି ବିଶ୍ୱକର୍ମା ଜୟନ୍ତୀକୁ ରାଷ୍ଟ୍ରିୟ ଶ୍ରମିକ ଦିବସ ରୂପେ ପାଳନ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ମଧ୍ୟ ରାୟଗଡ ଜିଲ୍ଳା ଭାରତୀୟ ମଜଦୁର ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଛି । ମଜଦୁର ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଳା ସଭାପତି ଯୋଗେଶ୍ୱର ଦାସଙ୍କ ନେତୃତ୍ୱରେ କର୍ମୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ସ୍ଥାନୀୟ ରେଳବାଇ ଷ୍ଟେସନ ପରିସର ଠାରୁ ବାହାରି ନଗର ପରିକ୍ରମା କରି ଅଶୋକ କଲ୍ୟାଣ ମଣ୍ଡପ ଠାରେ ପଂହଚି ଆଡମ୍ବର ସହକାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ବିଏମଏସର ରାଜ୍ୟ ସଭାପତି ଦିଲ୍ଳିପ କୁମାର ଦାସ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କର୍ମକର୍ତାମାନଙ୍କ ଦ୍ୱାରା ଶ୍ରମିକ ସଂଗୀତ ଗାନ କରାଯାଇଥିଲା । ମଂଚାସୀନ ଅତିିଥିମାନେ ତାଙ୍କ ବକ୍ତବ୍ୟରେ ସ୍ୱାଧୀନତା ପ୍ରାପ୍ତିର ୭୨ବର୍ଷ ପରେ ବି ଶ୍ରମିକ ଆଜି ଅବହେଳିତ,ନିଷ୍ପେସିତ ତଥା ଦରିଦ୍ର,ସ୍ୱଚ୍ଛ ତଥା ନିର୍ମଳ ଶାସନରେ ଶ୍ରମିକଟିଏ ସର୍ବନିମ୍ନ ମଜୁରୀ ପାଇବା ପାଇଁ ରାଜରାସ୍ତାରେ ଓହ୍ଳାଇବାକୁ ପଡୁଛି । ଦୀର୍ଘଦିନ ଧରି ଦୁର୍ଗମ ତଥା ବିଚ୍ଛିନ୍ନାଂଚଳରେ ସେବା ଯୋଗାଉଥିବା ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ପାଚିକା ତଥା ସ୍ୱାବଲମ୍ବୀ କାରିଗର ଆଜି ଅସୁରକ୍ଷିତ ବୋଲି କହିଥିଲେ । ସେହିପରି ୧୯୫୫ ମସିହାରୁ ବିଏସଏସ ସଂଘ ପ୍ରତିଷ୍ଠା ହୋଇଥିବା ବେଳେ ଏହା ଦେଶର ବୃହତମ ମଜଦୁର ସଂଗଠନ ରୂପେ ପରିଗଣିତ ହୋଇପାରିଛି । ଓଡିଶାର ୩୦ଟି ଜିଲ୍ଳାରେ କାର୍ଯ୍ୟ କରୁଥିବା ଏହି ସଂଗଠନ ରାୟଗଡ ଜିଲ୍ଳାରେ ୨୨ଟି ସଂଘ ସହ ଅନୁବନ୍ଧିତ ହୋଇପାରିଛି । ସମସ୍ତଙ୍କ ସମସ୍ୟା ସମାଧାନ ଓ କାର୍ଯ୍ୟ ଦାବି ହାସଲ ପାଇଁ ଜିଲ୍ଳା ସଂଘର ରାଜ୍ୟ ସଂପାଦକ ତଥା ଜିଲ୍ଳା ସଭାପତି ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର୍ସ ଆସୋସିଏସନ, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ,ବସ୍ୱାବଲମ୍ବୀ କାରିଗର ସଂଘ, ପାଚିକା ସଂଘ, ଜେକେ ପେପର ମଜଦୁର ସଂଘ, ଉତ୍କଳ ଆଲୁମିନା ମଜଦୁର ସଂଘ, ଇମ୍ଫା ଠିକାଦାର କର୍ମଚାରୀ ମଜଦୁର ସଂଘ, କୋଠାବାଡି ଓ ଅନ୍ୟାନ୍ୟ ମଜଦୁର ସଂଘ, ଜିଲ୍ଳା ଉଠାଦୋକାନୀ ମଜଦୁର ସଂଘ, ଜିଲ୍ଳା ବ୍ୟବସାୟୀ ମଜଦୁର ସଂଘ,ଲଜିଲ୍ଳା ସଫେଇ ମଜଦୁର ସଂଘ, ଅଟୋଚାଳକ ମଜଦୁର ସଂଘ ଓ ଅନ୍ୟାନ୍ୟ ମଜଦୁର ସଂଘର କର୍ମକର୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜୟନ୍ତୀ ପଦ୍ମଳୟା ସାହୁ,ଲଶ୍ରୀମତି ଉଷାରାଣୀ ଦାସ,ଲମୋହନ ରାଓ, ପ୍ରଦୀପ କୁମାର ମିଶ୍ର, କେ.କେ.ଜେନା, ପ୍ରଳୟ କୁମାର ସାହୁ,ବମମତା ବିଶ୍ୱାଳ,ଲଗୀତା ଉଲ୍ଳାକା,ବରମା ବାଉରୀ, ପ୍ରମୋଦ କୁମାର ପତି, ସୀମାଂଚଳ ମିଶ୍ର ଓ ହଳଧର ଭାଇ ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସଂଘର ସଂପାଦକ ଖଗେଶ୍ୱର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.