ମାଁ ମାଣିକେଶ୍ୱରୀଙ୍କ ବାର୍ଷିକ ପୂଜା ଓ ଜୁଗାର ଯାତ୍ରା

ସୋନପୁର,୧୬/୧୦ : ସୁବର୍ଣ୍ଣପୁର ଜିଲ୍ଲା କୈବର୍ତ୍ତ ସମାଜ ପକ୍ଷରୁ ସମାଜର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ବାର୍ଷିକ ପୂଜା ଓ ଜୁଗାର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ପବିତ୍ର ଅଶ୍ୱିନ ପୂର୍ଣ୍ଣିମା ପରଦିନ ଅନୁଷ୍ଠିତ ହେଉଥିବା ଯାତ୍ରା ଅବସରରେ ସମାଜର ଶତାଧିକ ମହିଳା ମାଁଙ୍କ ଠାରେ ଅର୍ପଣ ପାଇଁ ହାତରେ ଜୁଗାର୍ ଧରି ପରମ୍ପରାକ୍ରମେ ଢୋଲ, ନିଶାନ ବାଦ୍ୟ ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ । ସ୍ଥାନୀୟ ଟିକିରି ପଡା ଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମାଁ ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ମାଁଙ୍କ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ମାନସିକଧାରୀ ମାନେ ପ୍ରସାଦ ସେବନ କରିଥିଲେ । ଏଥିପାଇଁ ପ୍ରତ୍ୟେକ ବର୍ଷ ଅଶ୍ୱିନ ପୂର୍ଣ୍ଣିମା ପରିଦିନ ଏହି ସଂପ୍ରଦାୟ ଦ୍ୱାରା ବିରାଟ ଜୁଗାର ଯାତ୍ରାର ଆୟୋଜନ କରାଯାଇଥାଏ । ତେବେ ଏହି ଅବସରରେ ସମାଜର ବାର୍ଷିକ ଉତ୍ସବ ମଧ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କୈବର୍ତ୍ତ ସମାଜ ସଭାପତି ଦେବରାଜ ମହାଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ପଡୋଷୀ ବଲାଙ୍ଗିର, ବୌଦ୍ଧ, ବରଗଡ, ସମ୍ବଲପୁର ଆଦି ଜିଲ୍ଲାର କର୍ମକର୍ତ୍ତା ମାନେ ଯୋଗ ଦେଇ ସମାଜରେ ରହିଥିବା କୁସଂସ୍କାର ଯେଭଳି ଦୁର ହୋଇ ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ ସେ ଦିଗରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ କୈବର୍ତ୍ତ ସମାଜର ସମ୍ପାଦକ ରବୀନ୍ଦ୍ର ତରିଆ, ଉପ ସଭାପତି ରାମଶଙ୍କର ସାହୁ, ଯୁଗ୍ମ ସମ୍ପାଦକ କେଶବ ସାହୁ, କୋଷାଧ୍ୟକ୍ଷ କୁନା ମହାଲିକ ପ୍ରମୁଖଙ୍କ ସହ ସୁରୁବାବୁ ସାହୁ, ଶିବ ଶଙ୍କର ଝାଙ୍କର, ପବିତ୍ର ସାହୁ, ଝଗୁଡୁ ନାଏକ, ଶୁକ୍ରୁ ଦଣ୍ଡସେନା, ସୁରୁ ବଢେଇ, ନାରାୟଣ ବାଘ, ବୁଧୁରାମ ପାଣ୍ଡେ, ସଞ୍ଜିବ ମଲ୍ଲିକ, ଚନ୍ଦ୍ର ଦଣ୍ଡସେନା, ଦିନ ବଢେଇ ପ୍ରମୁଖଙ୍କ ସମାଜର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲା ବାହାର କୈବର୍ତ୍ତ ସମାଜର ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।

ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.