କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥ ?

ସୋନପୁର,୧୭/୧୦ : ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ହେଉଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ । ପଶ୍ଚିମ ଓଡ଼ିଶା ସହ ଉପକୂଳ ଓଡ଼ିଶାକୁ ଯୋଡିବାର ଏକ ମାଧ୍ୟମ । ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ଏହି ପ୍ରକଳ୍ପ ପାଇଁ ଜାରି ରହିଛି ସଂଘର୍ଷ । ଖୋର୍ଦ୍ଧା ପଟୁ ପ୍ରକଳ୍ପ କାମ ତ୍ୱରାନ୍ୱିତ ହୋଇଥିବା ବେଳେ ବଲାଙ୍ଗିର ପଟୁ ଯେଉଁଭଳି ଆଗେଇବା କଥା ତାହା ହୋଇ ନଥିବା ଅଭିଯୋଗ ହେଉଥିଲା । ସୋନପୁର ଓ ବୌଦ୍ଧ ଜିଲା ବେଶ ଆଶାବାଦୀ ଏହି ପ୍ରକଳ୍ପକୁ ନେଇ । ଗତ ଜାନୁଆରି ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗିରରୁ ୧୬ କିଲୋମିଟର ଦୂର ବିଛୁପାଲି ଯାଏ ବଲାଙ୍ଗିର-ଖୋର୍ଦ୍ଧା ରେଳ ପ୍ରକଳ୍ପର ଶୁଭାରମ୍ଭ କଲେ । ୧୬ କିଲୋମିଟର ମଧ୍ୟରେ ଦୁଇଟି ଟ୍ରେନ ଚଳାଚଳ କରୁଛି । ଗତ ୮ ମାସ ମଧ୍ୟରେ ମାତ୍ର ୨୫ଶହ ଟିକେଟ ବିକ୍ରି ହୋଇଥିବା ବେଳେ ୨୪ ହଜାର ଟଙ୍କା ଆୟ ହୋଇଛି । କ୍ଷତିରେ ଚାଲିଛି ଏହି ରେଳପଥରେ ଚାଲିଥିବା ଟ୍ରେନ । ଅନ୍ୟପଟେ ବଲାଙ୍ଗିର ପଟୁ ମଧ୍ୟ ଯୁଦ୍ଧକାଳୀନ ଭାବେ ବିଛୁାଲି ଯାଏ ଟ୍ରେନ କାମ କରାଯାଇଛି । କିନ୍ତୁ ବିଶେଷ ସମସ୍ୟା ହେଉଛି ଜଙ୍ଗଲ ଜମି ଅଧିଗ୍ରହଣ । ମିଳିଥିବା ତଥ୍ୟ ଅନୁସାରେ, ରାଜ୍ୟ ସରକାର ଜଙ୍ଗଲ ଜମି ଯୋଗାଇ ଦେବାରେ ସଠିକ ସହଯୋଗ କରୁନାହାନ୍ତି ବେଲି ଶୁଣାଯାଏ । ସୋନପୁର ଓ ବୌଦ୍ଧ ଜିଲାରେ ଅଧିକାଂଶ ଜଙ୍ଗଲ ଜମି ଥିବା ବେଳେ ଏହା ଅଧିଗ୍ରହଣ କରିବା ରେଳ ବିଭାଗ ପାଇଁ ଅଡୁଆ ହେଉଛି । ଏପରି ସ୍ଥିତିରେ ୨୦୨୧ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି । ଇତିମଧ୍ୟରେ ଭୁବନେଶ୍ୱରରୁ ନୟାଗଡକୁ ସେବା ଏକ୍ସପ୍ରେସ ଟ୍ରେନ ଚଳାଚଳ ଶୁଭାରମ୍ଭ କରିଛି ରେଳବାଇ । ଯାହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପକୁ ଇନ୍ଧନ ମିଳିଛି । ନୟାଗଡ ଯାଏ ଏହି ଟ୍ରେନ ଚାଲିବ କିନ୍ତୁ ତାହା ବୈଦ୍ଧ,ସୋନପୁର ଦେଇ ବଲାଙ୍ଗିର କେବେ ପହଞ୍ଚିବ ତାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଛି । ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ତୁରନ୍ତ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ରାଜ୍ୟ ସରକାର ଏଥିରେ କେତେ ଆନ୍ତରିକତା ଦେଖାଇବେ ତାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Omkar Vasthu
Omkar Vasthu
ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.