ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ପାଠ୍ୟ ସାମଗ୍ରୀ ବଣ୍ଟନ

ରାୟଗଡ/ଥେରୁବାଲି, ୧୭/୧୦ : ରାୟଗଡ ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଉପ ସଭାପତି ଶ୍ରୀଯୁକ୍ତ କେ ଭି ରାଓ ଙ୍କ ନିର୍ଦ୍ଦେଶ କ୍ରମେ ଇମ୍ଫାର ସାମାଜିକ ଦାୟିତ୍ବ ବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଥେରୁବାଲି ଆଖପାଖ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କରେ ପାଠ୍ଯ ସାମଗ୍ରୀ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଥେରୁବାଲି, ଖେଦାପଡା, କାର୍ତ୍ତିକାଗୁଡା, କେଲିଗୁଡା, ଡୁମୁରିଗୁଡା, ଭାତପୁର, ବଡଖିଲାପଦର, ଓ ସୁରୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୩୪ ଗୋଟି ଗ୍ରାମର ବିଦ୍ୟାଳୟରେ ଏହି ପାଠ୍ଯ ସାମଗ୍ରୀ ଯଥା – ଖାତା, ପେନସିଲ, ରବର, କଟର, ଓ ଜ୍ଯାମିତି ବକ୍ସ ଇତ୍ୟାଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ବାରା ଉପର ଲିଖିତ ୮ ଗୋଟି ଗ୍ରାମ ପଞ୍ଚାୟତର ୪୮୯୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଥିବା ଜଣା ପଡୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ପରିପ୍ରେକ୍ଷୀରେ ଇମ୍ଫା କାରଖାନାର ଉପ ସଭାପତି ଶ୍ରୀଯୁକ୍ତ କେ ଭି ରାଓ କହିଛନ୍ତି ଯେ ଆମ ଆଖ ପାଖ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ପାନୀୟ ଜଳ ଓ ପରିବେଶର ସୁରକ୍ଷାର ଉନ୍ନତି ଆମର ସାମାଜିକ ଦାୟିତ୍ବ ବୋଧ, ଆମେ ପ୍ରତିଜ୍ଞା ବୋଧ ଓ ଏଥିପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ସର୍ବଦା ସଚେତନ ରହିଛି ।

Udyog Nursery
Udyogi Nursery

ଉକ୍ତ ବଣ୍ଟନ କାର୍ଯ୍ୟକ୍ରମରେ ସରପଞ୍ଚ, ଲୋକପ୍ରତିନିଧି, ଶିକ୍ଷକ, ବରିଷ୍ଠ ସାମ୍ବାଦିକ ଓ ଇମ୍ଫା ର ବରିଷ୍ଠ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ର ଏହି ଭଳି ଜନ ହିତକର କାର୍ଯ୍ୟ ସକାଶେ ଅଭିଭାବକ, ଶିକ୍ଷକ, ସମାଜ ଓ ଛାତ୍ର ଛାତ୍ରୀ ମାନେ ଫାଉଣ୍ଡେସନ କତ୍ତୄପକ୍ଷଙ୍କୁ ସାଧୁବାଦ ଜଣାଇଥିବା ଜଣାଯାଏ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.