ଯୁବ ଉତ୍ସବରେ ଦେବଗିରି କଳାକାରଙ୍କ କୃତିତ୍ୱ

ଏକାଙ୍କିକାରେ ପ୍ରଥମ, ଲୋକସଂଗୀତରେ ଦ୍ଵିତୀୟ

କଳାହାଣ୍ଡି,୨/୧୨: ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏଥିରେ ଅନୁଷ୍ଠାନର ଏକାଙ୍କିକା ‘ଖୋଜ୍’ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲୋକସଂଗୀତ ଦ୍ୱିତୀୟ ହୋଇଛି । ଉକ୍ତ ଏକାଙ୍କିକା ରାଜ୍ୟ ସ୍ତରୀୟ ଯୁବ ଉତ୍ସବରେ ଅଂଶଗ୍ରହଣ କରିବ ବୋଲି ଅନୁଷ୍ଠାନର ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି ।

ଯୁବ ନାଟ୍ୟକାର ଦକ୍ଷ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ଏକାଙ୍କିକା ‘ଖୋଜ୍’ରେ ଡିଲେଶ୍ୱର ରଣା, ଦୀପ୍ତିମୟୀ ସିଂ, ନଳୀନିକାନ୍ତ ଦାଶ, ଡିଙ୍ଗର ନାଏକ, ବିଜେତା ବାଗ, ଚିନ୍ମୟ ପଣ୍ଡା ଓ ସସ୍ମିତା ସାହୁ ଅଭିନୟ କରିଥିବାବେଳେ ସଙ୍ଗୀତ ପରିଚାଳନାରେ ଥିଲେ ସୁବାସ ପଟ୍ଟନାୟକ, ଲିଲେଶ ସାହୁ, ସୁକନ୍ୟା ଦାସ, ଚିନ୍ମୟୀ ବୈଠାରୁ ଓ ପଙ୍କଜ ତାଣ୍ଡି । ମଂଚସଜ୍ଜା ଓ ରୂପସଜ୍ଜା କରିଥିଲେ ଡିଙ୍ଗର ନାଏକ ଓ ବିଷ୍ଣୁ ବଇଶାଲ ।

ସେହିପରି ଲୋକସଂଗୀତରେ ପଙ୍କଜ ତାଣ୍ଡି, ଡିଲେଶ୍ୱର ରଣା, ଡିଙ୍ଗର ନାଏକ, ସୁକନ୍ୟା ଦାସ ଓ ଚିନ୍ମୟୀ ବୈଠାରୁ କଣ୍ଠଦାନ କରିଥିବା ବେଳେ ବାଦ୍ୟଯନ୍ତ୍ରରେ ଥିଲେ ବାବୁଲାଲ ବାଗ, ରମାକାନ୍ତ ସିଂ ସାହାଣୀ, ଲକ୍ଷ୍ମୀକାନ୍ତ ସିଂ, ସୁଶାନ୍ତ ପ୍ରଧାନୀ ଓ ହରେକୃଷ୍ଣ କୁମାର । ଭୋଳାପ୍ରସାଦ ନାଗ, ସାବିତ୍ରୀ ମହାରଣା, କାଜଲ ମହାରଣା, ଶୁଭଶ୍ରୀ ବାରିକ, ଯୋଗେଶ କୁମାର, ଯାଦବେନ୍ଦ୍ର ସାହା, ଜୟଦ୍ରଥ ସୁନା ପ୍ରମୁଖ ସହଯୋଗ କରିଥିଲେ ।

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ପକ୍ଷରୁ ଆୟୋଜିତ ଉତ୍ସବରେ କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ଷଦ, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ କୁମାର, ଓୟୁଏଟି ଏସୋସିଏଟ୍ ଡିନ୍ ଶାନ୍ତନୁ କୁମାର ମହାନ୍ତି, ଜିଲ୍ଳା କ୍ରୀଡ଼ା ଅଧିକାରୀ ଶୁଭାଶିଷ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ, ସାଧାରଣ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲଙ୍କ ସମେତ କଳାକାରମାନେ ପୁରସ୍କାର ଗ୍ରହଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୨ ମସିହାରେ ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ପ୍ରତିଷ୍ଠିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାହିତ୍ୟ, ସଂସ୍କୃତି, ଲୋକକଳା ସମେତ ବହୁବିଧ ସାମାଜିକ କାର୍ଯ୍ୟକ୍ରମରେ ସଂଶ୍ଳିଷ୍ଟ ହୋଇ ରାଜ୍ୟର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନର ମାନ୍ୟତା ପାଇଛି । ଅନୁଷ୍ଠାନର ଏହି ସଫଳତାରେ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।


୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.