ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ସ୍ଥାନରେ ମା’ ମହାଲଷ୍ମୀଙ୍କ ପୂଜା ସଂପର୍ଣ୍ଣ 

ମହାଲକ୍ଷ୍ମୀଙ୍କ ଆଶିଷ ଭିକ୍ଷାକଲେ ଲାଞ୍ଜିଗଡ ବିଧାୟକ ପ୍ରଦିପ ଦିଶାରି ଓ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଲାଞ୍ଜିଗଡ,୧୪/୧୨ : ଚଳିତ ବର୍ଷ ଲାଞ୍ଜିଗଡ ବ୍ଳକର ବିଭିନ୍ନ ସ୍ଥାନରେ ମା’ମହାଲଷ୍ମୀଙ୍କ କଳସ ଶୋଭାଯାତ୍ରା ସହ ପୂଜା ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ଠାରେ ହରିହର ସାଂସ୍କୃତିକ ଅନୁଷ୍ଠାନ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମାଣବସା ମା’ ମହାଲଷ୍ମୀ ପୂଜା ଉପଲକ୍ଷେ କଳସ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନିକଟସ୍ଥ ବଂଶୀଧାରା ନଦୀରୁ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।

କର୍ତ୍ତା ଭାବରେ ଯୁଜେଷ୍ଟି ପାତ୍ର ଓ ତାଙ୍କ ଧର୍ମପତ୍ନୀ ରଶ୍ମିତା ପାତ୍ର ଦାଇତ୍ଵ ନେଇ ଥିଲେ। ଆୟୋଜକ କମିଟି ହରିହର ସଂସ୍କୃତିକ ଅନୁଷ୍ଠାନର ସଭାପତି ରାଜେନ୍ଦ୍ର ପ୍ରସାଦ ଦେଓ, ସମ୍ପାଦକ କାମରାଜ ଦଳବେହେରା, କୋଷାଦ୍ଧକ୍ଷ ଚନ୍ଦ୍ରଧ୍ୱଜ ପେସନିଆଙ୍କ ସହ କମିଟିର ସଦସ୍ୟ ତଥା ଗ୍ରାମବାସୀ ଉପସ୍ଥିତି ଥାଇ ମା’ଙ୍କ ପୂଜାରେ ସହଯୋଗ କରିଥିଲେ।

ସେହିପରି ଲାଞ୍ଜିଗଡ଼ ରୋଡ଼ର କିଡିଙ୍ଗ ଠାରେ ମା’ମହାଲଷ୍ମୀଙ୍କ କଳସ ଶୋଭାଯାତ୍ରା ସହ ପୂଜାର୍ଚ୍ଚନା କରାଯାଇଥିଲା। ନିକଟସ୍ଥ ମଡିବନ୍ଧା ସାନ୍ଧୁଲ ନଦୀ ଠାରୁ ବହୁତ ସଂଖ୍ୟାରେ ମହିଳା ଓ ପୁରୁଷ ମାନେ କଳସରେ ପାଣି ଆଣି ମଣ୍ଡପରେ ସ୍ଥାପନ କରିଥିଲେ। ପୂଜା କମିଟି ସଭାପତି ଚନ୍ଦ୍ର ମଣି ଭୋଇ, ଉପ ସଭାପତି ଲୋଚନ ଶବର, ସମ୍ପାଦକ ନିଧି ଗଉଡ଼, ସହ ସମ୍ପାଦକ ସନ୍ତୋଷ ଛତ୍ରୀଆ, କୋଷଦକ୍ଷ ଡିଲେଶ କୁମାର ନାଗ ଓ ଗୁଣନିଧି ଛତ୍ରୀଆ, କର୍ତ୍ତା ମନୋହର ବଗର୍ତ୍ତି ଓ ପତ୍ନନୀ ସାବିତ୍ରୀ ବଗର୍ତ୍ତି, ପୂଜକ ଲମ୍ବୋଦର ପାଢ଼ୀ ସହିତ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

ଏଥିରେ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦିପ କୁମାର ଦିଶାରି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀଙ୍କ ସହ ଜଗଦିଶ ବେନିଆ, ପ୍ରଦିପ ଘଡେ଼ଇ, ଟଙ୍କଧର ମାଝୀ , କୈନୁଜ ରାଉତ, ଚଞ୍ଚଳା ବେନିଆ, ଦୈପଦୀ ରାଉତ ପ୍ରମୂଖ ଉପସ୍ଥିତରହି ମହାଲକ୍ଷ୍ମୀଙ୍କ ଆଶିଷ ଭିକ୍ଷା କରିଥିଲେ ।

ସେହିପରି ଲାଞ୍ଜିଗଡ଼ର କଲୋନୀ ପଡ଼ା, ଚମ୍ପାଦେଇ ପୁର ପଞ୍ଚାୟତର ଯୁଡାବନ୍ଦ, ଭୁର୍ତ୍ତିଗଡ଼ ପଞ୍ଚାୟତର ଭୁର୍ତ୍ତିଗଡ଼ ଠାରେ, କମର୍ଦ୍ଧ।ପଂଚାୟତରେ କମର୍ଦ୍ଧା ଓ ପିପଲ ପଡ଼ା ଠାରେ, ଗବର୍ଦ୍ଧନ ପୁର ପଂଚାୟତରେ ଗୋପାଳପୁର ଠାରେ ମା’ମହାଲଷ୍ମୀଙ୍କ ପୂଜା ଆଡ଼ମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.