ଲାଞ୍ଜିଗଡ଼,୧୫/୧୨ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ସିକେରକୁପାଠାରେ ନିୟୋଜିତ ସିଆର୍ ପିଏଫ୍ ଏ /୬୪ ବାଟାଲିୟନ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛତାକୁ ନେଇ ଜନସଚେତନତା ସହିତ ସ୍ୱଚ୍ଛତା ଅଭିଯାନ ଜାରି ରହିଛି । ଏଥର କ୍ୟାମ୍ପ୍ ତରଫରୁ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବାବେଳେ କ୍ୟାମ୍ପ୍କୁ ଲାଗିଥିବା ସିକେରକୁପା ଶିବମନ୍ଦିର, ସିକେରକୁପା ପ୍ରାଥମିକ ବିଦ୍ୟାଳୟ, ସିକେରକୁପା ଛକ ଓ ବିଶ୍ରାମାଗାର ଆଦି ସ୍ଥାନରେ ସଫେଇ କରିଥିଲେ । ବାଟାଲିୟନ ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଗୁଣନିଧି ପ୍ରଧାନଙ୍କ ନେତୃତ୍ୱରେ ଜବାନମାନେ ସଫେଇ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସ୍ୱଚ୍ଛତା ଓ ଏହାର ଉପକାରିତା ସଂପର୍କରେ ସଚେତନତା ବାର୍ତ୍ତାର ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ /୬୪ ବାଟାଲିୟନର ସମସ୍ତ ଜବାନ ଏବଂ ସିକେରକୁପା ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ମାନେ ସାହାଯ୍ୟ କରିଥିଲେ ।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ