ଲାଞ୍ଜିଗଡ଼,୧୭/୧୨ : ବାପ ଛେଉଣ୍ଡ ଦିବ୍ୟାଙ୍ଗ ସୁବାସ ଉପରେ ପଡିଲା ଲାଞ୍ଜିଗଡ ବ୍ଲକ ପ୍ରଶାସନର ଶୁଭଦୃଷ୍ଟି । ତାଙ୍କୁ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିଛନ୍ତି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଜଙ୍ଗେର ଗୁଡା ଗ୍ରାମର ସ୍ବର୍ଗତ କାଲା ମାଝୀଙ୍କ ପୁଅ ସୁବାସ ମାଝୀ(୧୨) ଦିବ୍ୟାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ଥିଲେ। ଏହି ଖବର ଡିସେମ୍ବର ୧୬ ତାରିଖ ଦିନ ଓଡିଆବାତ୍ତାରେ ପ୍ରକାଶ ପାଇବା ପରେ ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଥିଲେ। ୧୬ ତାରିଖ ଦିନ ହିଁ ସୁବାସ ମାଝୀଙ୍କୁ ଖବର ପଠାଇ ଥିଲେ। ଖବର ପାଇ ମୁଶାନାଳ ଯୁବ ସମାଜସେବୀ ଧର୍ମେନ୍ଦ୍ର ପଣ୍ଡା ସୁବାସ ଓ ତା ମା’ ମନାଙ୍ଗ ମାଝୀ(୬୫)ଙ୍କୁ ସାଙ୍ଗରେ ଧରି ଲାଞ୍ଜିଗଡ଼ ବ୍ଲକ ଅଫିସ ପହଁଞ୍ଚି ଥିଲେ। ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀ ସୁବାସଙ୍କୁ ୫୦୦ଶହ ଟଙ୍କା ଭତ୍ତା ପ୍ରଦାନ କରିଛନ୍ତି। ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ ଓ ପ୍ରଶାସନର ଏହି ଉତ୍ତମ ପଦକ୍ଷେପ ପାଇଁ ବ୍ଲକ ତଥା ଜିଲ୍ଲାର ବିଭିନ୍ନ ମହଲରୁ ସାଧୁବାଦ ପ୍ରଦାନ କରାଯାଇଛି ।
Report : Dukhishayam Nag (Nilesh), Lanjigarh Correspondent odiabarta.in






