ବାଫ୍ଲିମାଳୀ ଖଣି ଅଞ୍ଚଳରେ ପରିବେଶ ଓ ଖଣିଜ ସଚେତନତା କାର୍ଯ୍ୟକ୍ରମ

ରାୟଗଡ,୧୭/୧୨ : ଆଂଚଳିକ ପରିବେଶ ଓ ଖଣିଜ ସ୍ୱତନ୍ତ୍ରତା କାର୍ଯ୍ୟକ୍ରମ ଉକ୍ରଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡର ବାଫ୍ଲିମାଳୀ ଖଣି ଅଂଚଳରେ ବହୁତ ଉତ୍ସାହର ସହ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ସୋସାଇଟି ଅଫ ଜିଓ ସାଇନଟିଷ୍ଟ୍ ଆଣ୍ଡ୍ ଆଲାଏଡ୍ ଟେକ୍ନୋଲୋଜିଷ୍ଟ୍ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପରିବେଶ ଓ ଖଣିଜ ପଦାର୍ଥର ସୁରକ୍ଷା ଓ ଏହାର ଉପାଦେୟତା ଉପରେ ସଚେତନ କରିବାକୁ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ପିଲାମାନେ ପରିବେଶ ସମ୍ବନ୍ଧୀୟ ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ବଦ୍ଧରେ ସଚେତନ ହୋଇଥିଲେ । କାଶିପୁର ବ୍ଲକରେ ଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ବକ୍ସାଇଟ ଖଣି ବୁଲି ଦେଖିବାର ସୁଯୋଗ ପାଇଥିଲେ । ପିଲାମାନଙ୍କ ମଧ୍ୟରେ ପରିବେଶ ସୁରକ୍ଷା, ଖଣିଜ ପଦାଥଁ ଓ ଏହାର ଉତୋଳନର ଅର୍ଥନୈତିକ ପ୍ରଭାବ ବିଷୟରେ ରଚନା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା । କଂପାନିର ମୁଖ୍ୟ ଓ ସଭାପତି ଶ୍ରୀ ଏନ୍ ନାଗେଶ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୋସାଇଟି ଅଫ ଜିଓସାଇନଟିଷ୍ଟ୍ ଆଣ୍ଡ୍ ଆଲାଏଡ ଟେକ୍ନୋଲୋଜିଷ୍ଟଙ୍କର ପ୍ରଶଂସା କରିବା ସହିତ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛୋଟ ପିଲାଙ୍କ ମଧ୍ୟରେ ପରିବେଶ ଖଣିଜ ପଦାର୍ଥ ଉପଯୋଗିତା ସଚେତନତା ବୃଦ୍ଧି ପାଇବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସର ପୂର୍ବତନ ନିୟନ୍ତ୍ରକ ଏ ବି ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ । ଏଥିରେ କଂପାନିର ଖଣିଜ ବିଭାଗର ମହାପ୍ରବନ୍ଧକ ମୁକେଶ ଝା ଓ ତାଙ୍କର ପୁରା ଟିମ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା କୃତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବିତରଣ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.